ବାରିପଦା : ବହୁତ ହେଲାଣି ଶୋଷଣ ଅତ୍ୟାଚାର … ଗଢିତୋଳ ଏବେ ପ୍ରତିବାର ଜୁଆର’’ ନାରା ଦେଇ ୧୦ ଅଗଷ୍ଟ ୨୦୨୬ ସର୍ବ ଭାରତୀୟ ପ୍ରତିଦାନ ଆନ୍ଦୋଳନର ଅଂଶ ହିସାବରେ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବାରିପଦାଠାରେ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସାଧୀନ କର୍ମଚାରୀ ଫେଡେରେସନ ଏବଂ ସଂଯୁକ୍ତ କୃଷକ ମୋର୍ଚ୍ଚା ଆହ୍ବାନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ପ୍ରତିବାଦ ଆନ୍ଦୋଳନ ସଂଗଠିତ ହୋଇଅଛି । ଜନତାର ଅଧୁକାର ଉପର ଆକ୍ରମ ବନ୍ଦ କର, ଶ୍ରମ କୋର୍ଡ ବାତିଲ କର, ସ୍କିମ ୱାର୍କରଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦିଅ ଓ ମାସକୁ ୨୬୦୦୦ ଟଙ୍କା ଦରମା ଦିଅ, ଫସଲର ସହାୟକ ମୂଲ୍ୟ ପାଇଁ ଆଇନ କର, କୃଷି କ୍ଷେତ୍ରରେ ବହୁ ଜାତୀକ କମ୍ପାନୀର ପ୍ରବେଶକୁ ବନ୍ଦ କର । ସାରର କଳାବଜାରୀ ଓ ଦର ବୃଦ୍ଧି ବନ୍ଦ କର, ଭାରତ – ଆମେରିକା ମୁକ୍ତ
ବାଣିଜ୍ୟ ଚୁକ୍ତି ବାତିଲ କର, ମନରେଗାକୁ ପୁନଃ ପ୍ରଚଳନ କର, ଧାନ ବିକ୍ରୟ ପାଇଁ ସରକାର ଘୋଷଣା କରିଥୁବା ନୂତନ ପଂଜିକରଣ ନିୟମକୁ ବନ୍ଦ କର, ଶିକ୍ଷାର ଗେରୁଆକରଣ ନାମରେ ଶିକ୍ଷାର ଅବ୍ୟବସ୍ଥା ପାଇଁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅ, ଖାଲି ପଡିଥିବା ପଦବୀ ପୂରଣ କର, ଶିକ୍ଷିତ ବେକାରଙ୍କୁ ନିଯୁକ୍ତି ଦିଅ, ନିତ୍ୟ ବ୍ୟବହାର ସାମଗ୍ରୀର ଆକାଶ ଛୁଆଁ ଦରବୃଦ୍ଧି ବନ୍ଦ କର, କର୍ପୋରେଟ ଲୁଣ୍ଠନ ବନ୍ଦ କର, ଧର୍ମ ନାମରେ ଶ୍ରମ ଜୀବି ମଣିଷକୁ ଭାଗ ଭାଗ କରିବା ବନ୍ଦ କରି ପ୍ରଭୃତି କେନ୍ଦ୍ର ରାଜ୍ୟ ସରକାରଙ୍କର ଜନ ବିରୋଧ ନୀତି ବିରୁଦ୍ଧରେ ଶ୍ରମ ଜୀବି ଜନଗଣଙ୍କ ତରଫରୁ ଅନୁଷ୍ଠିତ ପ୍ରତିବାଦ ସଭା ସି.ଆଇ.ଟି.ୟୁ ଜିଲ୍ଲା ସଂଯୋଜକ ବିଶିଷ୍ଟ ଶ୍ରମିକ ନେତା, ଆଇନଜୀବି, କମ୍ୟୁନିଷ୍ଟ ପାର୍ଟିର ବର୍ଷିୟାନ ନେତା ସାଥୀ ରବି ଗୋସାମୀଙ୍କ ସଭାପତିତ୍ୱରେ ପରିଚାଳିତ ହେବା ସହିତ ବିଭିନ୍ନ ଗଣ ସଂଗଠନର ନେତୃତ୍ବ ତଥା ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ବ୍ୟକ୍ତି ବିଶେଷ କେନ୍ଦ୍ର ଓ ରାଜ୍ୟ ଡବଲ ଇଂଜିନ ସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କ୍ଷେତ୍ରରେ ବିଫଳ ହେବା ସହିତ ଜନଗଣଙ୍କର ସାର୍ଥ ବିରୁଦ୍ଧରେ ଜନ ବିଧେ ନୀତି ଗୁଡିକ କାର୍ଯ୍ୟକାରୀ କରିବା ମଧ୍ୟ ଦେଇ ହିନ୍ଦୁ ରାଷ୍ଟ୍ରର ଏଜେଣ୍ଡାକୁ କାର୍ଯ୍ୟକାରୀ କରୁଛି।
ସାମ୍ରାଜ୍ୟବାଦୀ ଆମେରିକା ପାଖରେ ନତମସ୍ତକ ହେବା ସହିତ ଆମେରିକାର ସମସ୍ତ ଅବୈଧ ଆଗ୍ରାସନ ନୀତି ପାଖରେ ଆତ୍ମସମର୍ପଣ କରୁଛ । ଅନ୍ୟ ପଟରେ ଦେଶର ଅର୍ଥନୀତି ଆଜି ଦେବାଳିଆ, ଏକ ଡଲାରର ମୂଲ୍ୟ ୯୬ ଟଙ୍କାରେ ପହଞ୍ଚୁଲାଣି । ବିଶ୍ଵବ୍ୟାଙ୍କର ଋଣୀ ଦେଶ ତାଲିକାରେ ଆମ ଦେଶ ପ୍ରଥମ । ଦରଦାମ ବୃଦ୍ଧି ଫଳରେ ସାଧାରଣ ଲୋକଙ୍କର କ୍ରୟ କ୍ଷମତା କମିଯାଉଛି । କାମ ମିଳୁନି, ରୋଜଗାର ମିଳୁନି, ଭେଣ୍ଡିଆ ଯୁବକ ଯୁବୀ ଆଜି ଦାଦନ ଶ୍ରମିକ, କୃଷି କ୍ଷେତ୍ରରେ ଏମ.ଏସ.ପି. ଲାଗୁ ନ କରିବା ଫଳରେ ଓ କୃଷି ସାମଗ୍ରୀର ଦରବୃଦ୍ଧି ଫଳରେ ଚାଷୀ ଚାଷ ଛାଡୁଛି, ଋଣ ସୁଝି ନ ପାରି ଆତ୍ମହତ୍ୟା କରୁଛି । କୃଷି କ୍ଷେତ୍ରରେ ବହୁଜାତିକ କମ୍ପାନୀର ପ୍ରବେଶ ଓ ଆମେରିକା ସହିତ କୃଷି ସଂକ୍ରାନ୍ତୀୟ ମୁକ୍ତ ବାଣିଜ୍ୟ ଚୁକ୍ତି ନାମା ଚାଷୀର ଦୁର୍ଦ୍ଦଶାକୁ ଦ୍ବିଗୁଣିତ କରିଛି । ଏ ବର୍ଷ ସରକାର ଧାନ ବିକ୍ରୟ ପାଇଁ ଯେଉଁ ପଂଜିକରଣ ନିୟମ କରିଛି ସେଥୁରେ ୭୦% ଭାଗ ଚାଷୀ ସରକାର ଠାରେ ଧାନବିକ୍ରୟ କରିପାରିବେ ନାହିଁ। ଗରିବ ମେହନତୀ ମଣିଷର ଏକମାତ୍ର କାମ ମାଗିବାର ଆଇନ ମନରେଗାକୁ କେନ୍ଦ୍ର ସରକାର ବନ୍ଦ କରିଦେବା ଫଳରେ ଏଥିରେ ପଂଜିକୃତ ହୋଇଥିବା ଗରିବ ଲୋକ ବିଶେଷ କରି ଆଦିବାସୀ ଦଳିତ ମହିଳମାନେ ରୋଜଗାରରୁ ବଂଚିତ ହୋଇଛନ୍ତି । ଦେଶ ସାଧୀନତା ପରେ ଆମ ଦେଶର ବେକାରୀ ହାର ସବୋର୍ଚ୍ଚ ସ୍ଥାନରେ ପହଞ୍ଚୁଛି । ଶିକ୍ଷାର ଗେରୁଆ କରଣ ଓ ଘରୋଇ କରଣ ଫଳରେ ଗରିବ, ନିମ୍ନ, ମଧ୍ୟବିତ୍ତ ଘର ପିଲାମାନେ ପାଠ ପଢାରୁ ବଂଚିତ। ବିଭିନ୍ନ ଜନକଲ୍ୟାଣ ମୂଳ ଯୋଜନାର ବ୍ୟୟ ବରାଦ ବଜେଟରେ କମ କରାଯାଉଛି ।
ଆମ ଦେଶର ପ୍ରାକୃତିକ ସମ୍ପଦ ଜଙ୍ଗଲ ଜମି ଦଳ ଠାରୁ ଆରମ୍ଭ କରି ଖଣି ଖାଦାନ, କଳକାରଖାନା, ବିଭିନ୍ନ ଗବେଷଣା ମୂଳକ ଅନୁଷ୍ଠାନକୁ ପୁଞ୍ଜିପତି କମ୍ପାନୀ ହାତରେ ଟେକି ଦିଆଯାଉଛି। ଆଦିବାସୀ ଓ ଦଳିତଙ୍କ ଅଧିକାର ଉପରେ ଆକ୍ରମଣ ହେବା ସହିତ ଭିଟା ମାଟିରୁ ଉଚ୍ଛେଦ କରାଯାଉଛି । ଏହା ବିରୁଦ୍ଧରେ ଏକ ବ୍ୟାପକ ଗଣ ଆନ୍ଦୋଳନ ଜରିଆରେ କେନ୍ଦ୍ର ରାଜ୍ୟ ବିଜେପି ସରକାରକୁ ଉଚିତ ଜବାବ ଦେବା ପାଇଁ ଏବଂ ଦିଲ୍ଲୀ ଛାତ୍ର ଆନ୍ଦୋଳନରୁ ଶିକ୍ଷା ନେଇ ଆଗାମୀ ଦିଗରେ ସମସ୍ତ ଶ୍ରମଜିବୀ ମଣିଷଙ୍କର ବ୍ୟାପକ ଏକତା ଗଢିତୋଳିବା ପାଇଁ ବକ୍ତାମାନେ ଆହ୍ବାନ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମୃତ୍ୟୁଞ୍ଜୟ ବେହେରା, କ୍ଷେତମଜଦୁର ୟୁନିୟନ ରାଜ୍ୟ କମିଟି, କାହ୍ନୁଚରଣ ବେହେରା, ଏ.ଆଇ.ଟି.ୟୁ.ସି. ଆଇନଜୀବି ଶାନ୍ତନୁ ପାଲ, ଆଇ.ଏନ.ଟି.ୟୁ.ସି, ରଘୁନାଥ ପଣ୍ଡା, ସଭାପତି, ମୟୂରଭଞ୍ଜ ପରିବହନ କର୍ମଚାରୀ ସଂଘ, କ୍ଷୀରମଣି ମହାନ୍ତ, ପାଚିକା ସଂଗଠନ ଜିଲ୍ଲା ସମ୍ପାଦିକା, ଅମଲ ଦେ, ଆବାହକ, ସି.ଆଇ.ଟି.ୟୁ, ମୟୂରଭଞ୍ଜ, ଜୟନ୍ତ ଦାସ, ପାଚିକା ସଂଗଠନ ଜିଲ୍ଲା କମିଟି, ହରିଶ୍ଚନ୍ ସିଂ, କ୍ଷେତମଜଦୁର ୟୁନିୟନ ଜିଲ୍ଲା ସଭାପତି, ରାମେଶ୍ଵର ଭାଟ, କୃଷକ ସଭା, ଜିଲ୍ଲା ସଦସ୍ୟ ପ୍ରମୁଖ ନିଜ ନିଜର ବ୍ୟକ୍ତବ୍ୟ ରଖିଥିଲେ । ସଭାକୁ ପରିଚାଳନା କରିଥିଲେ ପରିବହନ କମର୍ଚାରୀ ସମିତିର ମନୋରଞ୍ଜନ ପରିଡା, ଅଶୋକ ଭଞ୍ଜଦେଓ, ଗଙ୍ଗାଧର ସାମଲ, ସୁଭାସ ତ୍ରିପାଠୀ, ସୁଶିଳା ପାତ୍ର, ରଞ୍ଜିତା ରାଉତ, ଆହ୍ଲାଦି ହେମ୍ବ୍ରମ, ସନ୍ଧ୍ୟା ବେହେରା, କୁଞ୍ଜଲତା ମହାନ୍ତ, ଜୟମନି ମହାନ୍ତ, ଲକ୍ଷ୍ମୀନାରାୟଣ ପରିଡା, କାଳୁ ଦେହୁରୀ, ଦାକ୍ଷୀନ ସରେନ, ଜ୍ୟୋତ୍ସ୍ନା ବେହେରା, ମେରିଆ ହାଁସଦା, ରେବତୀ କବି, ରେବତୀ ନାୟକ, ରଥୁଆ ସିଂ, ସାବାନା ଏନଥୋନୀ, ଗାୟତ୍ରୀ ମହାପାତ୍ର, ମହେଶ୍ଵର ବେହେରା ପ୍ରମୁଖ । ଉକ୍ତ ଆନ୍ଦୋଳନ ରେ ଶତାଧିକ କର୍ମୀ ଉପସ୍ଥିତ ଥିଲେ l
