- ଓଡିଶା ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ
ବାରିପଦା : ରାଜ୍ୟ ସରକାରଙ୍କ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ପରିବର୍ତ୍ତନ କରାଯିବା ପ୍ରୟାସକୁ ଓଡ଼ିଶା ସାମ୍ବାଦିକ ସଂଘ (ଅଜେୟୁ) ମୟୂରଭଞ୍ଜ ଜିଲ୍ଲା ୟୁନିଟ ପକ୍ଷରୁ ବିରୋଧ କରାଯାଇଛି. ଏନେଇ ଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି |
ଦାବିପତ୍ରରେ କୁହାଯାଇଛି ଯେ, କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ପ୍ରଚଳିତ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ପରିବର୍ତ୍ତନ କରାଯିବା ନେଇ ଚାଲିଥିବା ପ୍ରକ୍ରିୟା ସାମ୍ବାଦିକ ମହଲରେ ଦୁଃଖ ଓ କ୍ଷୋଭ ସୃଷ୍ଟି କରିଛି. ସଂଘ ପକ୍ଷରୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ପୂର୍ବବତ ସ୍ୱତନ୍ତ୍ର ଭାବେ ଜାରି ରଖାଯିବା ସହ ସାମ୍ବାଦିକ ମାନଙ୍କ ପିତାମାତାଙ୍କୁ ମଧ୍ୟ ବୀମା ଯୋଜନାରେ ସାମିଲ କରାଯାଉ ବୋଲି ଦୃଢ଼ ଦାବି କରାଯାଇଛି |
ସରକାର ଏହି ଦାବି ଉପରେ ତୁରନ୍ତ ସ୍ପଷ୍ଟ ଓ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି କିମ୍ବା ବିବୃତି ଜାରି ନକଲେ, ଅଜେୟୁ ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି. ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସଙ୍ଘ ପକ୍ଷରୁ ସାମ୍ବାଦିକ ଅଭିଜିତ ମହାନ୍ତି, ସାରଦା ପ୍ରସାଦ ବାରିକ, ଦୀପକ କୁମାର ନାୟକ, ମନୋଜ କୁମାର ପଣ୍ଡା, ଦୋଳ ଗୋବିନ୍ଦ ବାରିକ, ସୁକାନ୍ତ କୁମାର ସାହୁ, ମାନସ କୁମାର ବେହେରା, ପ୍ରିୟବ୍ରତ ମିଶ୍ର, ତପନ କୁମାର ଦାସ, ସୁକାନ୍ତ କୁମାର ଜୀଉ, ସୁବ୍ରତ କୁମାର ଦାସ, ଦିଲ୍ଲୀପ କୁମାର ପାତ୍ର, ରୋହିତ କୁମାର ବେହେରା, ରୁପମ ସ୍ୱାଇଁ, ସୟେଦ ସିରାଜୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ |
