ବାରିପଦା : ମୟୁରଭଞ୍ଜ ସେଣ୍ଟ୍ରାଲ କୋଅପାରେଟିଭ ବ୍ୟାଙ୍କ ବହଳଦା ବ୍ରାଞ୍ଚ ର ପୂର୍ବତନ ବ୍ୟାଙ୍କ ମ୍ୟନେଜର ଦିଚେନ କୁମାର ମିଶ୍ର ଏବଂ ଅନ୍ୟ ଜଣେ ବ୍ୟାଙ୍କ କର୍ମଚାରୀ ମଳୟ କୁମାର ଦତ୍ତ ବ୍ୟାଙ୍କ ଠକେଇ ମାମଲାରେ ଭିଜିଲାନ୍ସ ଦ୍ୱାରା ଗିରିଫ ହୋଇଛନ୍ତି l
ଖବର ମୁତାବକ ଉକ୍ତ ଦୁଇ ଅଭିଯୁକ୍ତ 2019 ରୁ 2024 ମଧ୍ୟରେ ବ୍ୟାଙ୍କରେ 24 ଜଣ ଫିକ୍ସଡ଼ ଡିପୋଜିଟ ରଖିଥିବା ଗ୍ରାହକ ଙ୍କ ନାମରେ ବିନା କୌଣସି ଅନୁମତି ବିନା ଜାଲିଜାତି କରି ମୋଟ 64 ଲକ୍ଷ 42 ହଜାର 74 ଟଙ୍କା ଲୋନ ଉଠାଇ ଏହି ଟଙ୍କାକୁ ଆତ୍ମସାତ କରିଥିଲେ l ଏ ବାବଦରେ ବାଲେଶ୍ଵର ଭିଜିଲାନ୍ସ କେସ ନମ୍ବର 14/5-8-2026 ରେ ଏକ ମାମଲା ରୁଜୁ କରାଯିବା ସହିତ ଆଜି ଉଭୟ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଅଛି l ଏଥିରେ ଅନ୍ୟ ତିନି ଜଣ ବ୍ୟାଙ୍କ କର୍ମଚାରୀ ସମ୍ପୃକ୍ତ ଥିବାର ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇବାରୁ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଅଛି l
