ବାରିପଦା : ଯୁବ କଂଗ୍ରେସ ଦଳ ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆଜି ବୁଧବାର ଦିନ ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାର ଗୃହରେ ରାଇରଙ୍ଗପୁର ପୌରପାଳିକାର ପୌରାଧ୍ଯକ୍ଷ ପ୍ରାର୍ଥୀ କଂଗ୍ରେସ ଦଳର ଯୁବନେତା ଭଜହରି ମହାନ୍ତିଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ କଂଗ୍ରେସ ଦଳର ବିଧାୟକ ଶାମ ଚରଣ ହାଁସଦାଃ ଯୋଗଦେଇ ଫିତାକାଟି ଶୁଭ ଉଦଘାଟନ କରିଥିଲେ । ଉପଖଣ୍ଡ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ରକ୍ତର ସଙ୍କଟ ଦେଖା ଦେଇଛି ।ଵିଶେଷତଃ ଥାଲାସେମିଆ, ସିକଲସେଲ, ବୟସ୍କ ଲୋକ, ଦୁର୍ଘଟଣା ଜନିତ ରୋଗ ଓ ପ୍ରସୂତି ମହିଳାମାନେ ରକ୍ତ ସଙ୍କଟରେ ଛଟପଟ ହେଉଛନ୍ତି । ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ସଙ୍କଟ ଦେଖି ଯୁବ କଂଗ୍ରେସ ନେତା ରକ୍ତଦାନ ଶିବିର ଆୟୋଜନ କରିଥିଲେ l
ଏଥିରେ ୨୨ ଜଣ ରକ୍ତଦାତା ରକ୍ତଦାନ କରି ନିଜକୁ ଧନ୍ୟ ମଣିଥିଲେ ।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ରକ୍ତଦାତା ଗତିକୃଷ୍ନ ମହାନ୍ତ,ରକ୍ତଦାତା ତଥା ସାମ୍ବାଦିକ ତୁଷାରକାନ୍ତ ମହାନ୍ତ,ସାମ୍ବାଦିକ ଅକ୍ଷୟ ବିଶ୍ୱାଳ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଇଂରାଜୀ ଅଧ୍ଯାପକ ବିଜୟ ରାମ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଉପଖଣ୍ଡ ଡାକ୍ତରଖାନାର ରକ୍ତଭଣ୍ଡାର ଅଧିକାରୀ ଡ଼ାଃ ସୁଦୀଵ୍ଯ ଲୋଚନ ସିଂ ଏବଂ କର୍ମଚାରୀ ଦେବବ୍ରତ ଗିରି ଚିରଞ୍ଜିବୀ ମହାନ୍ତି,ସୁମନ୍ତ ଗିରି,ଗୁଗୁଲୁ ମୁର୍ମୁ,ସୁଜାତା ସ୍ବାଇଁ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।
