ପୁରୀ: ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ହତ୍ୟା । ଜମିଜମା ବିବାଦକୁ କେନ୍ଦ୍ର କରି ନୃଶଂସ ହତ୍ୟାକାଣ୍ଡ ଘଟିଛି । ପୁରୀ ଜିଲ୍ଲା ଚନ୍ଦନପୁର ଥାନା ମହାନା ସାହି ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ସେହି ଗାଁର କାଳିଆ ମଲ୍ଲିକ ।
ମୃତ କାଳିଆଙ୍କ ସହ ଗାଁର ଛବିମନ୍ୟୁ ଦାସଙ୍କ ଜମିଜମା ବିବାଦ ରହିଥିଲା । ଗତକାଲି ସକାଳେ ଛବିମନ୍ୟୁ ଗାଁ ଛକରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିବାବେଳେ କାଳିଆ ତାଙ୍କୁ ଆକ୍ରମଣ କରିଥିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ଛବିମନ୍ୟୁଙ୍କ ସହଯୋଗୀ କାଲି ରାତିରେ କାଳିଆକୁ ଅତର୍କିତ ଭାବେ ଖଣ୍ଡା ଦ୍ବାରା ଗୋଡାଇ ଗୋଡ଼ାଇ ହାଣିଥିଲେ । ଗୁରୁତର ଅବସ୍ଥାରେ ଚନ୍ଦନପୁର ଥାନା ପୋଲିସ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ କାଳିଆର ମୃତ୍ୟୁ ଘଟିଛି ।
ଅନ୍ୟପଟେ ଚନ୍ଦନପୁର ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
