କଟକ : ନେଚର ଲଭର୍ସ କ୍ଲବ, କଟକ ପକ୍ଷରୁ କଟକ ମହାନଗର ନିଗମ (KMC), କଟକ ଉନ୍ନୟନ କର୍ତ୍ତୃପକ୍ଷ (CDA) ଏବଂ କଟକ ବନ ଖଣ୍ଡ ସହଯୋଗରେ ୩୧ ଜୁଲାଇ ୨୦୨୬ ତାରିଖରେ ସ୍ମାର୍ଟ ପାର୍କ, ସେକ୍ଟର–୧୧, କଟକଠାରେ ବନମହୋତ୍ସବ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା।
ଚଳିତ ମାସରେ କ୍ଲବ ପକ୍ଷରୁ ଆୟୋଜିତ ଏହା ଥିଲା ତୃତୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ, ଯାହା ପରିବେଶ ସୁରକ୍ଷା ଓ ସବୁଜ କଟକ ଗଠନ ପ୍ରତି ସଂଗଠନର ନିରନ୍ତର ଅଙ୍ଗୀକାରକୁ ପ୍ରତିଫଳିତ କରେ।

କାର୍ଯ୍ୟକ୍ରମରେ କ୍ଲବର ସଭାପତି ପ୍ରଫେସର ଭାରତୀ ବେହେରା, ସମ୍ପାଦକ ବୃନ୍ଦାବନ ସାହୁ, ପରାମର୍ଶଦାତା ଡ଼ଃ ଧରଣୀଧର ଜେନା ଏବଂ ଉପସଭାପତି ପ୍ରଫେସର (ଡ଼ଃ) ପଦନ କୁମାର ଜେନା, ଲାୟନ ଇନ୍ଦିରା ନାୟକ ଙ୍କ ନେତୃତ୍ୱରେ ବୃକ୍ଷରୋପଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ପାତ୍ର, ରାଜକିଶୋର ପଣ୍ଡା, ପ୍ରଭାସ ମଙ୍ଗରାଜ, ଡ଼ଃ ସତ୍ୟ ରାୟ, ଡ଼ଃ ସୁକାନ୍ତ ମହାନ୍ତି, ହିମାଂଶୁବାଳା ପଟ୍ଟନାୟକ, କେଦାରନାଥ ଜାଲି, ଶରତ ରାୟ, ବିକ୍ରମ ଚୌଧୁରୀ, ରବିନାରାୟଣ ବିଶ୍ୱାଳ, ସୁବ୍ରତ ଭାରତୀୟ, ଅଖୟ ପଣ୍ଡା ଓ ଦେବେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
କଟକ ମହାନଗର ନିଗମ ପକ୍ଷରୁ ଉପ କମିଶନର ଶ୍ରୀମତି ସୋନା ଟୁଡୁ ,ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଭାଗୀ ହେବା ସହିତ ନେଚର ଲଭର୍ସ କ୍ଲବର ପରିବେଶ ସୁରକ୍ଷା ଓ ସଚେତନତା ସୃଷ୍ଟି ପାଇଁ ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ।
ଶେଷରେ ସମସ୍ତେ ଅଧିକରୁ ଅଧିକ ବୃକ୍ଷରୋପଣ ଏବଂ ପରିବେଶ ସୁରକ୍ଷା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାର ସଂକଳ୍ପ ନେଇଥିଲେ। କାର୍ଯ୍ୟକ୍ରମଟି ଅତ୍ୟନ୍ତ ସଫଳ ଓ ସ୍ମରଣୀୟ ହୋଇଥିଲା।
