କଟକ: ବୃଦ୍ଧି ହେଲା ମାଟ୍ରିକ ଫର୍ମ ଫିଲ୍-ଅପ୍ ତାରିଖ । ରାଜ୍ୟରେ ବନ୍ୟା ସ୍ଥିତିକୁ ନଜରରେ ରଖି ଏହି ତାରିଖରେ ବୃଦ୍ଧି କରାଯାଇଛି । ପୂର୍ବରୁ ଜୁଲାଇ ୩୧ ତାରିଖ ଶେଷ ଦିନ ଭାବେ ଧାର୍ଯ୍ୟ ହୋଇଥିଲା, ହେଲେ ଏବେ ଛାତ୍ରଛାତ୍ରୀମାନେ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲ୍-ଅପ୍ କରିପାରିବେ । ବନ୍ୟା ପ୍ରଭାବିତ ଅଞ୍ଚଳର ଅନେକ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀ ଯାତାୟାତ ଓ ଇଣ୍ଟରନେଟ୍ ସମସ୍ୟା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଏହି ସମୟସୀମା ମଧ୍ୟରେ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଫର୍ମ ଫିଲ୍-ଅପ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି । ତାରିଖ ବୃଦ୍ଧି ଫଳରେ ଯେଉଁ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ଫର୍ମ ପୂରଣ କରିପାରିନଥିଲେ, ସେମାନେ ଏବେ ଅତିରିକ୍ତ ସମୟର ସୁବିଧା ପାଇବେ । ବୋର୍ଡ ପକ୍ଷରୁ ଛାତ୍ରଛାତ୍ରୀ ଏବଂ ପ୍ରଧାନଶିକ୍ଷକମାନଙ୍କୁ ଶେଷ ତାରିଖ ପର୍ଯ୍ୟନ୍ତ ଅପେକ୍ଷା ନକରି ଯଥାଶୀଘ୍ର ଫର୍ମ ଫିଲ୍-ଅପ୍ କାର୍ଯ୍ୟ ସମାପ୍ତ କରିବାକୁ ପରାମର୍ଶ ଦିଆଯାଇଛି ।
