ବାରିପଦା : ଭାରତବର୍ଷର ସର୍ବତ୍ର ଆଷାଢ଼ ମାସ ପୂର୍ଣ୍ଣିମା ତିଥିରେ ଗୁରୁପୂର୍ଣ୍ଣିମା ତଥା ବ୍ୟାସ ପୂର୍ଣ୍ଣିମା ପାଳନ କରାଯାଏ ।ମହର୍ଷି ବଶିଷ୍ଠଙ୍କ ପୌତ୍ରର ପରାଶର ଋଷିଙ୍କ ପୁତ୍ର ବେଦବ୍ୟାସ ଯିଏକି ଶ୍ରୀମଦ୍ ଭଗବତ୍ ଗୀତା , ଭଗବତ ପୁରଣ,, ସମସ୍ତ ପୁରାଣର ରଚୟିତା ତଥା ମାନବ ଜାତିର ଜ୍ଞାନର ଭଣ୍ଡାର ସୃଷ୍ଟି କରି ଯାଇଛନ୍ତି ତାଙ୍କରି ଜନ୍ମ ଦିନକୁ ଗୁରୁପୂର୍ଣ୍ଣିମା ପାଳନ କରାଯାଇଥାଏ ।ସମସ୍ତ ପୂର୍ଣିମା ମଧ୍ଯରେ ଗୁରୁ ପୁର୍ଣିମା ଶ୍ରେଷ୍ଠ ଅଟେ ।କୌରବ ଓ ପାଣ୍ଡବ ଆଦି ସମସ୍ତେ ବେଦବ୍ୟାସ ଙ୍କୁ ଗୁରୁ ବୋଲି ମାନନ୍ତି ।ଧର୍ମଗ୍ରନ୍ଥ ଅନୁସାରେ ଏହିଦିନ ଯେଉଁଵ୍ଯକ୍ତି ଗୁରୁଙ୍କ ଆଶୀର୍ବାଦ ପ୍ରାପ୍ତ କରିଥାଏ ତା’ର ର ଜୀବନ ସଫଳ ହୋଇଥାଏ ।ଏହିଦିନ ଗୁରୁଙ୍କୁ ପୂଜାକରି ତାଙ୍କୁ ସମ୍ମାନ କରିବା ପରମ୍ପରା ପ୍ରଚଳିତ ଅଛି ।ହିନ୍ଦୁ ଧର୍ମ ଗ୍ରନ୍ଥରେ ଗୁରୁଙ୍କ ଭଗବାନଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ କୁହାଯାଇଛି ।
ଗୁରୁ ହିଁ ଶିଷ୍ୟମାନଙ୍କ ଭବିଷ୍ୟତ ଆଣିଥାନ୍ତି ଏବଂ ସେମାନଙ୍କୁ ଜୀବନର ସବୁଠାରୁ କଠିନ ପରିସ୍ଥିତିରେ ମୁକାବିଲା କରିବା ପାଇଁ ମଧ୍ୟ ବାଟ ଦେଖାଇଥାନ୍ତି । ମୟୁରଭଞ୍ଜ ଜିଲ୍ଲା ନାଗଭଣ ଗ୍ରାମରେ ଗୁରୁ କୃପାଳଜୀ ମହାରାଜ ଜୀଙ୍କ ପଟଶିଷ୍ଯ ସ୍ଵାମୀ ମୁକୁନ୍ଦାନନ୍ଦଜୀଙ୍କ କରକମଳରେ ରାଧାକୃଷ୍ଣ୍ନ ମନ୍ଦିର ପ୍ରତିଷ୍ଠା ହୋଇଥିଲା ।ସେବେଠାରୁ ଆଜିଯାଏଁ ପ୍ରତିଵର୍ଷ ଆଷାଢ଼ ପୂର୍ଣ୍ଣିମାରେ ଗୁରୁ ପୂର୍ଣ୍ଣିମା ପାଳନ କରାଯାଇଆସୁଛି ।କୃପାଳଜୀ ମହାରାଜଜୀଙ୍କ ଶିଷ୍ୟ ଓ ଶିଷ୍ଯାମାନେ ଆଜି ଏହି ମନ୍ଦିର ପରିସରରେ ଏକତ୍ର ହୋଇ ପ୍ରାରମ୍ଭରେ ଗୁରୁ ପୂଜନ, ସତସଙ୍ଗ, ଆରତୀ, ଭଜନ,ଗୁରୁଗୀତା ପଠନ, ସଂକିର୍ତନ ,ଅଭିଶେକ ଏବଂ ଆରତୀ କରିଥିଲେ ।ବିଭିନ୍ନ ଅଞ୍ଚଳରୁ ସତସଙ୍ଗୀମାନେ ପହଞ୍ଚି ନିଜ ଗୁରୁ ଦର୍ଶନ ଓ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ।କମିଟି ତରଫରୁ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ହୋଇ ଉଠିଥିଲା ।
