ବାରିପଦା : ଲଘୁଚାପ ଜନିତ ଲଗାଣ ବର୍ଷା ର ପ୍ରଭାବ ମୟୁରଭଞ୍ଜ ଜିଲ୍ଲା ର ସଦର ମହକୁମା ବାରିପଦା ସମେତ ବିଭିନ୍ନ ବ୍ଲକ ରେ ଦେଖିବାକୁ ମିଳିଅଛି l ବିଶେଷ କରି ସୋମବାର ରାତ୍ରୀ ଏବଂ ମଙ୍ଗଳବାର ଦିନ ଦିନତମାମ ଅହରହ ବର୍ଷା ରେ ମୟୁରଭଞ୍ଜ ଜିଲ୍ଲା ର ସଦର ମହକୁମା ବାରିପଦା ସମେତ ବଡ଼ସାହି, ବେତନଟୀ, ବାରିପଦା ବ୍ଲକ, ଖୁଣ୍ଟା, କପ୍ତିପଦା,ଉଦଳା, କୁସମୀ, ବହଳଦା, ଠାକୁରମୁଣ୍ଡା, ଜି ଵି ନଗର, ତିରିଂ, ବିଶୋଇ, ରସଗୋବିନ୍ଦପୁର, ଶାମାଖୁଣ୍ଟା, ଶୁଳିଆପଦା, ବାଙ୍ଗରିପୋଷୀ, ଖୁଣ୍ଟା, ରାଇରଙ୍ଗପୁର, ଯଶିପୁର, ଶୁକୃଳି, ରରୁଆଁ ଆଦି 21 ଗୋଟି ବ୍ଲକ ର 38 ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ 46 ଗୋଟି ଗ୍ରାମ ପ୍ରଭାବିତ ହୋଇଅଛି l ସେହିପରି ଉଦଳା ଏନଏସି ର ଛଅ ଗୋଟି ୱାର୍ଡ ମଧ୍ଯ ପ୍ରଭାବିତ ହୋଇଅଛି l
ଏହିସବୁ ଅଞ୍ଚଳର ଲୋକମାନଙ୍କୁ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ 34 ଗୋଟି ଆଶ୍ରୟ ସ୍ଥଳରେ ରଖାଯାଇଅଛି l ସେମାନଙ୍କ ପାଇଁ ମଧ୍ଯ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଅଛି l ରସଗୋବିନ୍ଦପୁର, ବଡ଼ସାହି ଏବଂ ବେତନଟି ରେ ଚାରିଗୋଟି ଓଡ୍ରାପ୍ଟ ଟିମ ମୃତ୍ୱୟନ କରାଯାଇଅଛି l ଆଜି ବର୍ଷା ର ପରିମାଣ କମ ଥିବା ଯୋଗୁଁ ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ବୁଢାବଳଙ୍ଗ, ସୁବନ୍ନରେଖା ଏବଂ ଜଳକା ଆଦି ନଦୀରେ ଜଳସ୍ତର ମଧ୍ଯ କମିବାରେ ଲାଗିଅଛି l ମିଳିଥିବା ରିପୋର୍ଟ ଅନୁସାରେ ଆଜି ସନ୍ଧ୍ୟା 6 ଟା ସୁଦ୍ଧା ବୁଢାବଳଙ୍ଗ ( ଅସ୍ତିଆ) ରେ 23.76, ଗୋବିନ୍ଦପୁର (ଏନ ଏଚ 5) ରେ 8.30, ଜଳକା 6.74 ଏବଂ ସୁବନ୍ନରେଖା(ରାଜଘାଟ )ରେ 7.62 ମିଳିମିଟର ଜଳସ୍ତର ଅଛି l ଯାହାକି ବିପଦ ସଂକେତ ରୁ ଦୂରରେ l ସେହିପରି ଆଜି ପୂର୍ବାହ୍ନ ସୁଦ୍ଧା ଶିମିଳିପାଳ ର ସାତକୋଶିଆରେ ସର୍ବାଧିକ 131.064 ମିଳିମିଟର ବର୍ଷା ରେକର୍ଡ କରାଯାଇଅଛି l ଜିଲ୍ଲା ର ଦେଓ, କାଳ, ଗାଲୁଡ଼ି, କାନଝାରି ଆଦି ରିଜର୍ଭ ଡ୍ୟାମ ଆଦିରେ ମଧ୍ଯ ଆଜି ଜଳସ୍ତର କମିଛି l
ଫଳରେ ଜିଲ୍ଲାରେ ବନ୍ୟା ଆଶଙ୍କା ଟଳିଅଛି l ଅନ୍ୟ ପକ୍ଷରେ ଲଗାଣ ବର୍ଷା ରେ ବିଭିନ୍ନ ସ୍ଥାନରେ ଲୋକମାନଙ୍କର ଚାଳ ଛପର ଘର ମଧ୍ଯ ଭାଙ୍ଗିଯାଇଅଛି l ରାସ୍ତାଘାଟ ର ଅବସ୍ଥା ବେହାଲ ହୋଇଅଛି l ଆଗକୁ ଆହୁରି ବର୍ଷାଦିନ ଅଛି l ତେଣୁ ଲୋକମାନଙ୍କ ମନରେ ବିଗତ ଦିନରେ 2013 ମସିହାରେ ଜିଲ୍ଲା ରେ ଘଟିଥିବା ଫାଇଲିନ ବାତ୍ୟା କଥା ର ଭୟାଭୟ ଦୃଶ୍ୟ ଆଜି ଵି ମନେପଡ଼ିଯାଉଅଛି l
