IMG 20260728 WA0216

ବାରିପଦାରେ ଜିଲ୍ଲାସ୍ତରୀୟ ହେପାଟାଇଟିସ ଦିବସ-୨୦୨୬ ପାଳିତ

ରାଜ୍ୟ
ବାରିପଦା : ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଥିବା ସମ୍ମିଳନୀ କକ୍ଷରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱନାଥ ଦାସଙ୍କ ଅଧ୍ୟକ୍ଷତା ରେ ହେପାଟାଇଟିସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ବୈଠକରେ  ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ସୁବାସ ଚନ୍ଦ୍ର ନାୟକ, ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା. ସୌମ୍ୟରଞ୍ଜନ ନାୟକ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଅନିଲ କୁମାର ମହାନ୍ତି,ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧନୁରାମ ମୁର୍ମୁ, ଡାକ୍ତର ବିଭୁଦତ୍ତ ଦାସ, ଏପିଡେମିଲଜିଷ୍ଟ, ମହିଳା ସ୍ୱାସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ରର ଅଧକ୍ଷା ଭାରତୀ ଆରୁଖ ଏବଂ  ପ୍ରଶିକ୍ଷିକା ତଥା ସମସ୍ତ ତାଲିମ କେନ୍ଦ୍ରର ଛାତ୍ରୀ ଏବଂ ଆଇସି ଟି ସି କେନ୍ଦ୍ରର ପରାମର୍ଶଦାତା ପ୍ରମୁଖ ଉପସ୍ଥିତ ଥିଲେ। ସଭା ପ୍ରାରମ୍ଭରେ ଡାକ୍ତର ଦାସ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ଦିବସ ପାଳନର ଆଭିମୁଖ୍ୟ ସମ୍ଭନ୍ଧରେ ବକ୍ତବ୍ୟ ରଖିଥିଲେ। ଏବର୍ଷ ର ବାର୍ତା  “ହେପାଟାଇଟିସ ରୁ ସୁରକ୍ଷିତ ରହିବା ନିମନ୍ତେ ସମସ୍ତ ଭେଦଭାବ ଓ ପ୍ରତିବନ୍ଧକକୁ ଦୁର କରିବା ” ଉପରେ  ବୁଝାଇଥିଲେ l
ହେପାଟାଇଟିସ ରୋଗ ହେଲେ ରୋଗୀର ଯକୃତ କିପରି କାର୍ଯ୍ୟ ନକରି ଅଚଳ ହୋଇଯାଏ ଏବଂ ରୋଗୀ ମୃତ୍ୟୁ ମୁଖରେ ପଡେ ସେ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁବାଷ ଚନ୍ଦ୍ର ନାୟକ ହେପାଟାଇଟିସ ରୋଗର ଭୟବାହାତା ସମ୍ପର୍କରେ ଆଲୋକପାତ କରିବା ସହ ମାରାତ୍ମକ ରୋଗରୁ ରକ୍ଷା ପାଇବାପାଇଁ ସମସ୍ତ ସତର୍କତା ଅବଲମ୍ବନ କାରିବାପାଇଁ ପରାମର୍ଶ ଦେଇଥିଲେ|ଉକ୍ତ ସଭାରେ ମୁଖ୍ୟ ବକ୍ତା ଡା. ସୋମ୍ୟରଞ୍ଜନ ନାୟକ କହିଥିଲେ ଯେ ହେପାଟାଇଟିସ ବି, ସି ଏବଂ ଡି ରକ୍ତ ଓ ରକ୍ତ ଜାତ ଉପାଦାନ ଏବଂ ବ୍ୟବହୃତ ହେଉଥିବା ସାମଗ୍ରୀ ଦ୍ୱାରା ବ୍ୟାପି ଥାଏ ଓ ହେପାଟାଇଟିସ ଏ ଓ  ଇ ଦୂଷିତ ଜଳ ଓ ଖାଦ୍ୟ ଦ୍ୱାରା ବ୍ୟାପି ଥାଏ। ଏହି ରୋଗର ନିୟନ୍ତ୍ରଣ ନିମନ୍ତେ ସରକାରୀ   ସ୍ୱାସ୍ଥ୍ୟ କେନ୍ଦ୍ର ରେ ମାଗଣା ପରୀକ୍ଷା ଓ ଚିକିତ୍ସା ବିଷୟରେ ଅବଗତ କରାଇଥିଲେ। ସମସ୍ତ ଗର୍ଭବତୀ ମହିଳା ମାନଙ୍କ ର ପରୀକ୍ଷା କରି ଚିକିତ୍ସା କରିବା ନିତ୍ୟାନ୍ତ ଜରୁରୀ ଅଟେ ଯଦ୍ୱାରା ଏହା ଚିରକାଳୀନ ରୋଗ ରେ ପରିଣତ ନହୁଏ ସେଥି ପ୍ରତି ସତର୍କ ହେବା। ଶିଶୁ ଜନ୍ମ ହେବାର ୨୪ ଘଣ୍ଟା ମଧ୍ୟରେ ହେପାଟାଇଟିସ ବି ଟୀକା କରଣ କରାଇବା ଜରୁରୀ ବୋଲି କହିଥିଲେ।  ଏହାକୁ ପ୍ରତିହତ କରିବା ପାଇଁ ବ୍ୟାପକ ଜନ ସଚେତନ ଆବଶ୍ୟକ ରହିଛି ଏବଂ ସମୟଚିତ ପଦକ୍ଷେପ ନେବା ନିମନ୍ତେ କିଛି ଉପଦେଶାତ୍ମକ ଡାକ୍ତରୀ ପରାମର୍ଶ ଦେଇଥିଲେ।ଜିଲ୍ଲା ଏପିଡେମିଓଲୋଜିଷ୍ଟ ଡା. ବିଭୁଦତ୍ତ ଦାସ ମୟୁରଭଞ୍ଜ ଜିଲ୍ଲା ର ହେପାଟାଟିସ  ରୋଗର ସବିଶେଷ ତଥ୍ୟ ପ୍ରଦାନ କରିବା ସହ କିଭଳି ବିଭିନ୍ନ କାର୍ଯକ୍ରମ ଚାଲୁଅଛି ସେ ବିଷୟରେ କହିଥିଲେ |
ଏହି ଅବସରରେ ୨୫ ଜଣଙ୍କର ହେପାଟାଇଟିସ ପରୀକ୍ଷା  କରାଯାଇଥିଲା। ସହକାରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଗଣେଶ୍ୱର ମହାନ୍ତି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ସର୍ବ ଶେଷରେ  ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧନୁରାମ ମୂର୍ମୁ  ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।