IMG 20260724 WA0210

ତିନି ଠାକୁରଙ୍କ ସୁନାବେଶ, ପହଣ୍ଡି ବିଜେ ପରେ ରଥାରୁଢ ହେଲେ ତିନି ଠାକୁର

ରାଜ୍ୟ

ବାରିପଦା : ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପୂର୍ବାହ୍ନରେ ତିନି ଠାକୁର ସୁନାବେଶ ରେ ସଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଛିନ୍ତି l ପ୍ରତ୍ୟେକ ବର୍ଷ ମହାପ୍ରଭୁମାନଙ୍କର ଏହି ସୁନାବେଶ ଦର୍ଶନ କରିବା ପାଇଁ ଭକ୍ତମାନେ ଉତ୍କଣ୍ଠାର ସହିତ ଚାହିଁ ବସିଥାଆନ୍ତି l ଆଜି ଠାକୁରଙ୍କ ସୁନାବେଶ ଦର୍ଶନ କରିବା ପାଇଁ ମାଉସୀମା ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା l ପ୍ରତ୍ୟେକ ବର୍ଷ ମୟୁରଭଞ୍ଜ ଜିଲ୍ଲା ସମେତ ପଡୋଶୀ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ମଧ୍ଯ ଲୋକମାନେ ଆସିଥାଆନ୍ତି  ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରେ ଠାକୁର ଙ୍କ ସୁନାବେଶ ଦର୍ଶନ କରିବା ପାଇଁ l

ଅପରାହ୍ନରେ ଆରମ୍ଭ ହୋଇଥିଲା ବାହୁଡା଼ ପହଣ୍ଡି ବିଜେ l  ତିନି ଠାକୁର ଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡି ହୋଇ ତିନି ରଥରେ ବିରାଜମାନ କରିଛନ୍ତି l ପ୍ରଥା ଅନୁଯାୟୀ ବାରିପଦା ରଥଯାତ୍ରା ର ବାହୁଡା଼ ପହଣ୍ଡି ପର  ଦୁଇ ଦିନଧରି ରଥ ଟଣା ହୋଇଥାଏ l ବାହୁଡା଼ ରଥଯାତ୍ରା ରେ ପ୍ରଥମ ଦିନରେ ନନ୍ଦିଘୋଷ ରଥ ପ୍ରଥମେ ଶ୍ରୀ ଶ୍ରୀ ହରିବୋଳଦେବଜୀଉ ମନ୍ଦିର ନିକଟ ରଥଖଳାରେ ପହଞ୍ଚିବ l ତାପରେ ଦର୍ପୋଦୋଳନ ରଥ ଆସି ବଡଦାଣ୍ଡ ର ମଝିରେ ରହିବ l ତହିଁପରଦିନ ପୁଣି ଦର୍ପୋଦୋଳନ ରଥ ଟଣାହୋଇ ଆସି ମନ୍ଦିର ନିକଟରେ ପହଞ୍ଚିବା ପରେ ତାଳଧ୍ଵଜ ରଥ ଟଣାହୋଇ ଆସି ମନ୍ଦିର ନିକଟରେ ପହଞ୍ଚିବ l