-ବାରିପଦା : ଓଡିଶା ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ରାଇରଙ୍ଗପୁର ଠାରେ ୭୨ତମ ଓଡିଶା ଷ୍ଟେଟ ଜୁନିୟର ଏଥଲେଟିକ ଚାମ୍ପିୟାନସିପ ଅଗଷ୍ଟ ୭ ରୁ ୯ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I ୧୪, ୧୬, ୧୮ ଓ ୨୦ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗର ଇଛୁକ ଖେଳାଳି ମାନେ ଚଳିତ ମାସ ୨୬ ତାରିଖରେ ବାରିପଦା ଷ୍ଟାଡିୟମ ଠାରେ ଆୟୋଜିତ ହେବାକୁ ଥିବା ଚୟନ ଶିବିରରେ ନାମ ପଞ୍ଜିକରଣ କରିପାରିବେ I
ଖେଳାଳି ମାନେ ନିଜନିଜର ଏ ଏଫ ଏଇ ପରିଚୟ ପତ୍ର ସହ ଆଧାର କାର୍ଡ, ଡିଜିଟାଲ ଜନ୍ମ ପ୍ରମାଣପତ୍ର ପଞ୍ଜିକରଣ ସମୟରେ ଦାଖଲ କରିବା ଅନିବାର୍ଯ୍ୟ ଓ ଏଥିରେ ଅଂଶଗ୍ରହଣ କରିବା ପାଇଁ ଗସ୍ତ ଖର୍ଚ୍ଚର ବ୍ୟବସ୍ଥା ନାହିଁ ବୋଲି ସମ୍ପାଦକ ଶ୍ରୀ ଦାସ ଜଣାଇଛନ୍ତି I ୨୭/୧୦/୨୦୧୪ ପରେ ଜନ୍ମଗ୍ରହଣ କରିଥିବା ଖେଳାଳି ଏହି ଚୟନ ଶିବିରରେ ଭାଗ ନେଇପାରିବେ ନାହିଁ ବୋଲି ଏଥଲେଟିକ ସମ୍ପାଦକ ଅମ୍ବିକା ରାଉତ ଜଣାଇଛନ୍ତି I
