ନୂଆଦିଲ୍ଲୀ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଣ୍ଡି ବର୍ନହାମ। ଗତ ୧୦ ବର୍ଷ ମଧ୍ୟରେ ସେ ବ୍ରିଟେନର ସପ୍ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ଦେଶର ରାଜନୈତିକ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ପ୍ରମୁଖ ପରିବର୍ତ୍ତନ ଆଣିବାର ପ୍ରତିଶ୍ରୁତି ଦେଇ କହିଥିଲେ ଯେ ତାଙ୍କ ସରକାର ମୁଖ୍ୟତଃ ମୁଦ୍ରାସ୍ଫୀତି ଏବଂ ଦୁର୍ବଳ ସାର୍ବଜନୀନ ସେବା ଭଳି ଦୈନନ୍ଦିନ ସମସ୍ୟାର ସମାଧାନ ଉପରେ ଧ୍ୟାନ ଦେବ।
