Ffe32dd9 5efd 4d56 b519 3321b6bd9d16

ନିଖୋଜ ରଞ୍ଜନ କୁମାର ପଣ୍ଡାଙ୍କ ସନ୍ଧାନ ପାଇଁ ସହଯୋଗ ଲୋଡ଼ା

ରାଜ୍ୟ

କେନ୍ଦ୍ରାପଡ଼ା :  ଜଣେ ବ୍ୟକ୍ତି ଗତ ୧୨ ଜୁଲାଇ ୨୦୨୬ ତାରିଖ ସକାଳ ପ୍ରାୟ ୬ଟାରେ ଘରୁ ବାହାରିଯିବା ପରେ ନିଖୋଜ ହୋଇଯାଇଛନ୍ତି। ନିଖୋଜ ବ୍ୟକ୍ତିଙ୍କ ନାମ ରଞ୍ଜନ କୁମାର ପଣ୍ଡା। ତାଙ୍କ ବୟସ ପ୍ରାୟ ୪୫ରୁ ୫୦ ବର୍ଷ, ଉଚ୍ଚତା ପ୍ରାୟ ୫ ଫୁଟ ୬ ଇଞ୍ଚ, ଶରୀର ଗଠନ ପତଳା, ଗାତ୍ରବର୍ଣ୍ଣ ମଧ୍ୟମ, ଛୋଟ କେଶ ଓ ଧୂସର ଦାଢ଼ି ରହିଛି। ଘରୁ ବାହାରିବା ସମୟରେ ସେ ନେଭି ବ୍ଲୁ ରଙ୍ଗର ଟି-ଶାର୍ଟବାଦାମୀ ରଙ୍ଗର ପ୍ରିଣ୍ଟେଡ୍ ସର୍ଟସ୍ ପିନ୍ଧିଥିଲେ।

ପରିବାର ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ଯେ, ଉକ୍ତ ବ୍ୟକ୍ତିଙ୍କୁ କେଉଁଠି ଦେଖିଥିଲେ କିମ୍ବା ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିଲେ ଦୟାକରି ତୁରନ୍ତ ୯୭୭୭୭୬୦୬୯୦, ୯୯୩୭୬୭୧୦୬୧ କିମ୍ବା ୭୬୫୩୮୬୩୬୬୧ ନମ୍ବରରେ ଯୋଗାଯୋଗ କରନ୍ତୁ। ଆପଣଙ୍କର ଗୋଟିଏ ସୂଚନା ଜଣେ ନିଖୋଜ ବ୍ୟକ୍ତିଙ୍କୁ ତାଙ୍କ ପରିବାର ସହ ପୁଣି ମିଳାଇପାରେ।