Screenshot 2026 07 20 144701 750x430

ସାର ସଂକଟ ଦୂର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: କଳାବଜାରୀ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ ସାର (Fertilizer) ସଙ୍କଟ ଦୂର କରିବା ପାଇଁ ଓଡ଼ିଶା ସରକାର ଅନେକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଚାଷୀଙ୍କୁ ଠିକ୍ ସମୟରେ ସାର ଯୋଗାଇବା ଏବଂ କଳାବଜାରୀ (Black marketing) ରୋକିବା। ଯିଏ କଳାବଜାରୀ କରିବ ତା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ରାଜ୍ୟର ବିଭିନ୍ନ ସ୍ଥାନରେ ସାରା ଅଭାବ ନେଇ ଅଭିଯୋଗ ଆସିଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। DAP ଓ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

ବିକଳ୍ପ ଭାବେ କମ୍ପ୍ଲେକ୍ସ ଫର୍ଟିଲାଇଜର୍ ଓ ଆମୋନିୟମ୍ ସଲଫେଟ୍‌କୁ ପ୍ରୋତ୍ସାହନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ। ଭାରତ ସରକାର ବିପୁଳ ପରିମାଣରେ ଆମୋନିୟମ୍ ସଲଫେଟ୍ ଯୋଗାଇବେ। ଏହା ମୃତ୍ତିକାରେ ସଲଫର୍ ଅଭାବ ଦୂର କରିବାରେ ସହାୟକ ହୋଇପାରିବ। DAP ଯୋଗାଣ ପ୍ରଭାବିତ ହୋଇଥିବାରୁ କମ୍ପ୍ଲେକ୍ସ ଫର୍ଟିଲାଇଜରକୁ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ହୋଇଛି। ଏହାସହ ପ୍ରତ୍ୟେକ ଜିଲ୍ଲାର MARKFEDକୁ ଇଣ୍ଡେଣ୍ଟ୍ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ୟୁରିଆ ଓ ଡିଏପି ବଦଳରେ ବ୍ୟବହାର ହେବ ବିକଳ୍ପ ସାର । ରାଜ୍ୟରେ ୟୁରିଆ ଏବଂ ଡିଏପି ସାରର ଚାହିଦା ଏବଂ ଯୋଗାଣକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ପଠାଯାଇଥିବା ଏହି ଚିଠିରେ ବିକଳ୍ପ ସାର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ୟୁରିଆ ବଦଳରେ ‘ଅମୋନିୟମ୍ ସଲଫେଟ୍’ ବ୍ୟବହାର କରିବାକୁ କୁହାଯାଇଛି । ଏଥିରେ ୨୦.୫% ନାଇଟ୍ରୋଜେନ୍ ଏବଂ ୨୩% ସଲଫର ରହିଥିବାରୁ, ଏହା ମାଟିରେ ସଲଫରର ଅଭାବ ପୂରଣ କରିବାରେ ସହାୟକ ହେବ ।