IMG 20260714 WA0142

ଶୃଖଂଳିତ ରଥଯାତ୍ରା ପାଇଁ ବିଭିନ୍ନ ବିଭାଗକୁ ନେଇ ସମନ୍ୱୟ ବୈଠକ.

ରାଜ୍ୟ
  • ଆସନ୍ତା କାଲି ସୁଦ୍ଧା ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ଉପରେ ଗୁରୁତ୍ୱାରୋପ
ବାରିପଦା :ଚଳିତ ବର୍ଷ ରାଇରଙ୍ଗପୁର ରଥଯାତ୍ରା କାର୍ଯ୍ୟକ୍ରମକୁ ଶୃଖଂଳିତ ଭାବେ ପରିଚାଳନା ନିମନ୍ତେ ଆଜି ଅପରାହ୍ନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରାଇରଙ୍ଗପୁର ରଥଯାତ୍ରା ପରିଚାଳନା କମିଟିର ସଭାପତି  ସାଂସଦ ଶ୍ରୀ ନବ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପ୍ରସ୍ତୁତି ଉପରେ ବିଭିନ୍ନ ବିଭାଗକୁ ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଇରଙ୍ଗପୁର ଶ୍ରୀ ସୁରେଶ ଚନ୍ଦ୍ର ପାତ୍ର, ଉପଜିଲ୍ଲାପାଳ ଶ୍ରୀ ଉଗ୍ରେସନ ଓରାମ ପ୍ରମୁଖ ଯୋଗ ଦେଇଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ, ତହସିଲଦାର, ଅଧିକ୍ଷଣ ଯନ୍ତ୍ରୀ, ଜାତୀୟ ରାଜପଥ, ଅଧିକ୍ଷଣ ଯନ୍ତ୍ରୀ ରାସ୍ତା ଓ ଗୃହ ବିଭାଜନ, ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ,ପୌର ପାଳିକା କାର୍ଯ୍ୟାଳୟର ଯନ୍ତ୍ରୀ , ୱାଟକୋ ପରିଚାଳକ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀଣି ,ଅଧିକ୍ଷକ ଉପଖଣ୍ଡ ଚିକିତ୍ସାଳୟର ପରିଚାଳକ , କାର୍ଯ୍ୟ ନିର୍ବାହୀ ଅଧିକାରୀ ଟି ପି ଏନ ଓ ଡି ଏଲ, ସହକାରୀ କୃଷି ଉଦ୍ୟାନ ଅଧିକାରୀ, ସହକାରୀ ଅଗ୍ନିଶମ ସେବା ଅଧିକାରୀ, ଟାଉନ ଥାନା ଭାରପ୍ରାପ୍ତ ନିରୀକ୍ଷକ, ଅବକାରୀ ନିରୀକ୍ଷକ, ଅଧ୍ୟକ୍ଷ ରାଇରଙ୍ଗପୁର ମହାବିଦ୍ୟାଳୟ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଓ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ପଦାଧିକାରୀ ଉପସ୍ଥିତ ଥିଲେ।
  ବୈଠକ ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ  ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇ ଚଳିତ ବର୍ଷ ରାଇରଙ୍ଗପୁର ରଥ ଯାତ୍ରା ପ୍ରତି ବର୍ଷ ଭଳି ପାରମ୍ପରିକ ନୀତିକାନ୍ତି ଅନୁଯାୟୀ ଯଥା ରୀତିରେ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବୈଠକରେ ରଥଯାତ୍ରା ପରିପ୍ରେକ୍ଷୀରେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇଥିବା ପ୍ରସ୍ତୁତି ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା । ମୁଖ୍ୟତଃ ଦେବତ୍ତର ବିଭାଗ ସହିତ ଅନ୍ୟାନ୍ୟ ଉପରୋକ୍ତ ବିଭାଗ ତଥା ସେବାୟତଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ଶ୍ରୀ ଗୁଣ୍ଡିଚା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ନିର୍ଧାରିତ ସମୟରେ ସୁଚାରୁ ରୂପେ ସମ୍ପାଦନ ପୂର୍ବକ ବ୍ୟବସ୍ଥିତ ଢଙ୍ଗରେ ସମାପନ ପାଇଁ ପରାମର୍ଶ ଦିଆଯାଇଥିଲା ।
ରାଧାମୋହନ ମନ୍ଦିର,ମାଉସୀମା ବାଡ଼ି ଏବଂ ରଥ ରେ ରଙ୍ଗ ଦେବା ଆଦି ଆନୁସଙ୍ଗିକ କାର୍ଯ୍ୟକ୍ରମ ନିର୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ  ପରାମର୍ଶ ଦିଆଯାଇଛି. ସେହିପରି ରଥ ଟଣା ପାଇଁ ଆବଶ୍ୟକ ପଡୁଥିବା ଦଉଡି ଯୋଗାଇଦେବା ପାଇଁ ଟାଟା ପାୱାର କତୃପକ୍ଷ , ରାସ୍ତା ଓ ଗୃହ ନିର୍ମାଣବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ, ରାଇରଙ୍ଗପୁରଙ୍କୁ ନିର୍ଦେଶ ଦିଆଯାଇଛି . ଠାକୁରଙ୍କ ଲାଗିହେବା ପାଇଁ ଆବଶ୍ୟକ ପଡୁଥିବା ଫୁଲ ଏବଂ ଫୁଲମାଳ ଯୋଗାଇ ଦେବା ନିମନ୍ତେ ସହକାରୀ ଉଦ୍ୟାନ କୃଷି ଅଧିକାରୀ, ରାଇରଙ୍ଗପୁରଙ୍କୁ ନିର୍ଦେଶ ଦିଆଯାଇଛି.ରଥ ଯାତ୍ରା ସମୟରେ ରଥଦାଣ୍ଡ ଏବଂ ସହରର ବିଭିନ୍ନ ଗଳି ଓ ଅନ୍ଧାରୁଆ ସ୍ଥାନରେ ବିଦ୍ୟୁତ ଆଲୋକ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକୀୟ ପୋଲିସ ମୁତୟନ ଓ ଟ୍ରାଫିକ ନିୟନ୍ତ୍ରଣ, ରଥଟଣା ସମୟରେ ଏନସିସି, ଏନଏସଏସ, ୟୁଥ ରେଡକ୍ରସ ତଥା ବିଭିନ୍ନ ସ୍ବେଛାସେବୀ ସଂଗଠନ ର ଯୁବ ସ୍ବେଛାସେବୀଙ୍କୁ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ନିୟୋଜିତ କରାଯିବା, ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟ ସେବା ଶିବିର ଓ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ସହ ହୋଟେଲ, ଅସ୍ଥାୟୀ ଜଳଖିଆ ଦୋକାନ ଗୁଡିକ ରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥର ମାନ, ଗୁଣବତ୍ତାକୁ ସ୍ୱାସ୍ଥ୍ୟ ବିଭାଗ ଓ ରାଇରଙ୍ଗପୁର ପୌରପାଳିକାଙ୍କ ତରଫରୁ ମିଳିତ ତତ୍ୱାବଧାନରେ ନିୟମିତ ଯାଞ୍ଚ ସହ ପ୍ରବର୍ତ୍ତନକୁ କଡା କରିବା ପାଇଁ ପଦକ୍ଷେପ ନେବା, ଜନଗହଳି କାରଣରୁ ଉପୁଜୁଥିବା ଅସ୍ୱାଭାବିକ ପରିସ୍ଥିତିରୁ ଲୋକଙ୍କୁ ଉଦ୍ଧାର କରିବା ତଥା ଆକସ୍ମିକ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ଦ୍ୱାରା ଆବଶ୍ୟକୀୟ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବା ଓ ରଥଟଣା ସମୟରେ ଗରମ ଗୁଳୁଗୁଳିରୁ ଉପଶମ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଜଳ ସିଞ୍ଚନ ବ୍ୟବସ୍ଥା, ସହର ଓ ବଡଦାଣ୍ଡ ଅଂଚଳର ସ୍ୱାସ୍ଥ୍ୟ ପରିମଳ ଓ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବା, ପବିତ୍ର ରଥଯାତ୍ରା ସମୟରେ ରଥ ଦାଣ୍ଡରେ ଆମିଷ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରି କୁ ସମ୍ପୂର୍ଣ୍ଣ ନିଷେଧ କରାଯିବା,ରଥଯାତ୍ରା ସମୟରେ ରାସ୍ତା କଡରେ ହାଣ୍ଡିଆ ଆଦି ନିଶାଦ୍ରବ୍ୟ ବିକ୍ରିକୁ ନିଷେଧ କରିବା, ମଦ ଦୋକାନ ଗୁଡିକୁ ବନ୍ଦ ରଖାଯିବା ଓ ନିୟମିତ ତଦାରଖ ତଥା ଚଢ଼ାଉ କରାଯିବା ଆଦି ଦିଗ ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବା ଇତ୍ୟାଦି ସମସ୍ତ କାର୍ଯ୍ୟ ସୁପରିଚାଳନା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ  ଅଧିକାରୀ ମାନଙ୍କୁ ମାନ୍ୟବର ସାଂସଦ ପରାମର୍ଶ ଦେଇଛନ୍ତି  ।
 ରଥଯାତ୍ରା ସମୟ ରେ ରଥଦାଣ୍ଡରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତି ଉପରେ ଧାରା ବିବରଣୀ ଓ ସନ୍ଧ୍ୟା ରେ ରାଜ୍ୟ ତଥା ସ୍ଥାନୀୟ ଅଂଚଳର କଳାକାର ମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଆୟୋଜନ ପାଇଁ ନିଷ୍ପତି ନିଆଯାଇଛି. ରଥ ଯାତ୍ରା ଉପଲକ୍ଷେ ବାହାରୁ ଆସୁଥିବା  ମିନାବଜାର ପାଇଁ ଏନଓସି ପ୍ରଦାନ କରାଯିବା ରେ ନିୟମକୁ କଡାକଡ଼ି ପାଳନ କରାଯିବା ସହିତ ଉଠା ଦୋକାନୀ ମାନଙ୍କୁ ଆବଶ୍ୟକିୟ ଜାଗା ସମ୍ପୃକ୍ତ ବିଭାଗର ଅଧିକାରୀ ମାନଙ୍କ ତତ୍ୱାବଧାନ ରେ ଆବଣ୍ଟନ କରାଯିବା ପାଇଁ ପରାମର୍ଶ ଦିଆଯାଇଛି. ଏଥି ସହିତ ଅନ୍ୟାନ୍ୟ ପ୍ରସଙ୍ଗ କ୍ରମେ ରଥଦାଣ୍ଡ ର ଉଭୟ ପାର୍ଶ୍ଵ ରେ ଅବରୋଧ କରିଥିବା ଜାଗା ଖାଲି କରାଯିବା ଓ ନାମ ଫଳକ ଗୁଡିକ ହଟାଇବା ପାଇଁ ନିଷ୍ପତି ନିଆଯିବା ସହ ଆସନ୍ତା କାଲି ସୁଦ୍ଧା ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦିଆଯାଇଛି। ବିଭିନ୍ନ କାର୍ଯ୍ୟର ସୁପରିଚାଳନା ପାଇଁ ନୋଡାଲ ଅଫିସର ରହିବେ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ପରିଚାଳନା ପାଇଁ ପ୍ରଶାସନିକ ମାଜିଷ୍ଟ୍ରେଟ ନିଯୁକ୍ତ ହେବେ।
ବୈଠକ ଶେଷରେ ଉପଜିଲ୍ଲାପାଳ  ଶ୍ରୀ ଓରାମ ଚଳିତ ବର୍ଷ ରାଇରଙ୍ଗପୁର ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ସମନ୍ୱୟ ବୈଠକରେ ଯୋଗ ଦେଇ ରଥ ଯାତ୍ରା ପାଇଁ ଚୂଡାନ୍ତ ପ୍ରସ୍ତୁତି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିବାରୁ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।