IMG 20260714 WA0130

ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲା  ବଡ଼ସାହି ବ୍ଲକ ଅନ୍ତର୍ଗତ ଯଦୁନାଥପୁର ସ୍ଥିତ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ବନମହୋତ୍ସବ ପାଳନ ଅବସରରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବିଶିଷ୍ଟ ଆଧ୍ୟାତ୍ମିକ ସାଧକ, ମାନବବାଦୀ ଉପାସକ ତଥା ସୁନାମଧନ୍ୟ ଲେଖକ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କ ପ୍ରେରଣାକୁ ପାଥେୟ କରି ଉପରୋକ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା I ଡଃ ଶତପଥୀଙ୍କ ଦ୍ବାରା ନବାକ୍ଷରୀ ଛନ୍ଦରେ ରଚିତ “ଶ୍ରୀଗୁରୁ ଭାଗବତ” କାବ୍ୟ ଗ୍ରନ୍ଥର  ନବମ ଖଣ୍ଡରେ ‘ପର୍ଯ୍ୟାବରଣ ସନ୍ତୁଳନ’ ସମ୍ବନ୍ଧରେ ଏକ ହୃଦୟସ୍ପର୍ଶୀ ଆଲେଖ୍ୟର ବର୍ଣ୍ଣନା ରହିଛି I
ତାକୁ ପାଥେୟ କରି ଯଦୁନାଥପୁର ନିବାସୀ ସ୍ଵର୍ଗତଃ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପ୍ରଦତ୍ତ ଜମି ଏବଂ ତାଙ୍କ ନାମରେ ନାମିତ ଉପରୋକ୍ତ ବିଦ୍ୟାଳୟର ବର୍ତ୍ତମାନ ସଭାପତି ରବି  ନାରାୟଣ ସାହୁଙ୍କ ପରାମର୍ଶରେ ବିଦ୍ୟାଳୟ ପରିସରରେ ଲିଚୁ, ଜାମୁକୋଳି, ଜାମୁ ରୋଳ, ପିଜୁଳି, କରମଙ୍ଗା, କମଳା,ଲେମ୍ବୁ ,ବିଭିନ୍ନ କିସମର ଆମ୍ବ ଏବଂ କୋଳି ଗଛ ରୋପଣ କରାଯାଇଛି I ଏହା ବ୍ୟତୀତ ଗଛ ଗୁଡ଼ିକର ଉପଯୁକ୍ତ ସୁରକ୍ଷା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି I ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଉଦୟ କୁମାର ସାହୁ ପ୍ରଥମେ ବୃକ୍ଷରୋପଣ କରି ଉଦଘାଟନ କରିଥିଲେ I ସହକାରୀ ଶିକ୍ଷକ ସଞ୍ଜୟ କୁମାର ମିଶ୍ରଙ୍କ ସମେତ ବିଦ୍ୟାଳୟ କର୍ମକର୍ତ୍ତା ତଥା ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I