IMG 20260712 WA0146

ଦାଦନ ହଟିବ ମୟୁରଭଞ୍ଜ ହସିବ ପ୍ରସଙ୍ଗ ନେଇ ବାରିପଦାରେ ବିଶାଳ ମଶାଲ ଶୋଭାଯାତ୍ରା

ରାଜ୍ୟ
ବାରିପଦା : ରତ୍ନଗର୍ଭା ଶିମିଳିପାଳର ସମ୍ପୂର୍ଣ ସୁରକ୍ଷା ସହ ପର୍ଯ୍ୟଟନ ଶିଳ୍ପ ଓ ପ୍ରାକ୍ରୁତିକ ସମ୍ପଦ ମାଧ୍ୟମରେ ମୟୂରଭଞ୍ଜ ବାସୀଙ୍କୁ ଆତ୍ମନିର୍ଭରଶୀଳ କରିବା ସହିତ ଜିଲ୍ଳାରୁ ଦାଦନ ସମସ୍ୟା ର ଦୂରୀକରଣ କରାଯିବା ଲକ୍ଷ୍ୟ ନେଇ ଜିଲ୍ଳା ବାସୀଙ୍କ ମଧ୍ୟରେ ଜନସଚେତନତା ସ୍ରୁଷ୍ଟି କରି ସରକାରଙ୍କ ଅବଗତି ନିମନ୍ତେ “ଶିମିଳିପାଳ ବଞ୍ଚିଲେ ଆମେବଞ୍ଚିବା”, “ଦାଦନ ହଟିବ ମୟୂରଭଞ୍ଜ ହସିବ” ସ୍ଳୋଗାନ ନେଇ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଙ୍କର ଆହ୍ଵାନ କ୍ରମେ ଗତ ମାସ ଜୁନ୍ ୧୭ ତାରିଖରୁ ଚଳିତ ମାସ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ତମାମ୍(ସମସ୍ତ ବ୍ଲକ୍/ମ୍ୟୁନିସିପାଲ୍ଟି/ଏନଏସି)ପର୍ଯ୍ୟାୟକ୍ରମେ ଜିଲ୍ଲାର ଏକ ମାତ୍ର ଅଗ୍ରଣୀ ତଥା ଅଣ ରାଜନୈତିକ ସଂଗଠନ ଭଞ୍ଜସେନା  ପକ୍ଷରୁ   ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଖିଚିଂ ସ୍ଥିତ ମାଆ କିଚକେଶ୍ବରୀ ଦେବୀ ଙ୍କର ପୀଠରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ ସାରିଥିବା ସ୍ଥଳେ , ଜିଲ୍ଲାର ସମସ୍ତ ଏରିଆରେ ମଶାଲ ଶୋଭାଯାତ୍ରା ସାରି ଚଳିତ ଜୁଲାଇ ମାସ  ୧୨ ତାରିଖ  ରବିବାର ଜିଲ୍ଲାର ସଦର ମହକୁମା ବାରିପଦା ଠାରେ ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଥିଲା |
ସେହି ପରିପ୍ରେକ୍ଷୀରେ ଆଜି  ସନ୍ଧ୍ୟା ୭ ଘଟିକା ସମୟରେ ମା ଅମ୍ବିକା ମନ୍ଦିର ରେ ପୂଜାର୍ଚ୍ଚନା ହୋଇ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଙ୍କର ଉପସ୍ଥିତିରେ   ମନ୍ଦିର ସମ୍ମୁଖରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ଜିଲ୍ଲା ସଭାପତି ପିଣ୍ଟୁ ମାଇତି ଙ୍କର ତତ୍ତ୍ଵାବଧାନରେ ଆରମ୍ଭ ହୋଇ ବଡ଼ଦାଣ୍ଡ – ଜଗନ୍ନାଥ ମନ୍ଦିର  ଅତିକ୍ରମ କରି କେସି ସର୍କଲ ଠାରେ ସମାପ୍ତ ହୋଇଥିଲା ଏବଂ ଏହି ଶୋଭାଯାତ୍ରାରେ ଜିଲ୍ଲାର ପାଖାପାଖି ୫ ହଜାରରୁ ଅଧିକ ଯୁବ,ଛାତ୍ର ଓ ମହିଳା ସଂଗଠକ ସାମିଲ ଥିଲେ ବୋଲି ସଂଗଠନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି |
ଆଜିର ଏହି କାର୍ଯ୍ୟକ୍ରମରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ବାରିପଦା ବାର ଏସୋସିଏସନ ସଭାପତି ଜ୍ୟୋତି ପ୍ରକାଶ ରଥ,ସୁଜିତ ମହାନ୍ତି ଙ୍କ ସମେତ ସଂଗଠନର  ଅଧ୍ୟକ୍ଷ ସଂଜୀବ ରାଉତ, ଶୃଙ୍ଖଳାଗତ କମିଟୀ ଅଧ୍ୟକ୍ଷ ସତ୍ୟସ୍ଵରୂପ ଦାଶ, ଜିଲ୍ଲା ଉପାଧ୍ୟକ୍ଷ ଜିତେନ୍ଦ୍ର ହେମ୍ବ୍ରମ,କନିକା ବୋଷ, ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଜିଲ୍ଲା ଆବାହକ ରାକେଶ ବେହେରା,ଜିଲ୍ଲା ସଂଯୋଜକ ସାମନ୍ତ ଶେଖର ପାଲ, ମୁଖପାତ୍ର ଜ୍ୟୋତି ରଞ୍ଜନ ପୃଷ୍ଟି, ବାରିପଦା ସହର ସଭାପତି ରାକେଶ ମହାନ୍ତି,ଜିଲ୍ଲା ସୋସିଆଲ ମିଡିଆ ସଂଯୋଜକ ସନ୍ତୋଷ ଗିରି ଜିଲ୍ଲା ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି,ଜିଲ୍ଲା ଯୁବଛାତ୍ର ସଂଯୋଜକ ଏସ୍.କେ ରାଜାଖାନ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ରବିନ୍ ମହାନ୍ତି, ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁ, କପ୍ତିପଦା ଉପଖଣ୍ଡ ସଭାପତି ରାକେଶ ପଣ୍ଡା, ପାଞ୍ଚପୀଢ଼ ଉପଖଣ୍ଡ କାର୍ଯ୍ୟକାରୀ ସଭାପତି ଶୁଭଜିତ୍ ଦାସ ଅଧିକାରୀ,ଉପସଭାପତି ସିଂଙ୍ଗରାୟ ହେମ୍ବ୍ରମ, ମନୋରଞ୍ଜନ ବାରିକ, ପ୍ରଶାନ୍ତ ମହାକୁଡ,ପ୍ରିତମ ପଣ୍ଡା,ଜିଲ୍ଲା ଯୁବଶାଖା  କାର୍ଯ୍ୟକାରୀ ସଭାପତି ଏମଡି ରାଜା,ଉପସଭାପତି ଦେବାଶିଷ ଦାସ, ଏମଡି ଇସଲାମ, ସାଧାରଣ ସମ୍ପାଦକ ସଞ୍ଜୟ ମହାନ୍ତ, ବାରିପଦା ସହର ସଭାପତି ସଞ୍ଜୟ ମହାର୍ଣ, ଜିଲ୍ଲା ଛାତ୍ର ଶାଖା ସଭାପତି ଦୀପକ ବେହେରା, ଜିଲ୍ଲା ସମ୍ପାଦକ ଗୌରାଙ୍ଗ ଘଡେଇ, ପ୍ରଶାନ୍ତ ଦାସ, ଛାତ୍ର ଶାଖା ଉପସଭାପତି ରୁଦ୍ର ପଟ୍ଟନାୟିକ, ଜିତୁ ସିଂ, ଶୁଭମ ସିଂ, ଉମେଶ ପ୍ରଧାନ, ପ୍ରିୟାଂଶୁ ଖଟୁଆ,ଗୌରାଙ୍ଗ ଚକ୍ରବର୍ତ୍ତୀ, ମୋନଜ ଦାସ,ମାନସ ପାତ୍ର, ରାହୁଲ ଦାସ,ପ୍ରଦୀପ ପଣ୍ଡା,ସତ୍ୟ ପୃଷ୍ଟି,ରାଜକିଶୋର ବୈଠ, ତପନ କୁ ଘଡେଇ,ମୁକ୍ତି ପରିଡା, ପଙ୍କଜ କରଣ,ଗୌରବ ମହାନ୍ତି,ରାହୁଲ ଦାସ, ସମ୍ପଦ ପୃଷ୍ଟି, ଶୁଭମ୍ଦେ, ଦେବାଶିଷ ନାୟକ,ସୁମିତ ରାଉଳ, ଦୀପରାଜ ମହାନ୍ତ, ପଙ୍କଜ ପରିଡା, ପଦ୍ମ ମୁଖି, ପ୍ରମାଦ ବେହେରା, ଫାଇର ମୁଖି, ଶିବାଜୀ ପଣ୍ଡା, ସନ୍ଦୀପ ନାୟକ,ସୌମ୍ୟ ଦିଗର, ଦିବ୍ୟରଞ୍ଜନ ବେହେରା, ଶୁଭେନ୍ଦୁ ଭକ୍ତା ହିଟିକ ନାଥ, ଗୋପାଳ ସିଂ, କ୍ଷେତ୍ରମୋହନ ବେହେରା, ଦେବାଶିବିନ୍ଧାଣି ପ୍ରମୁଖ ଉପସ୍ଥିତ ଥିଲେ l