IMG 20260712 WA0128 (1)

ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ, ମୟୁରଭଞ୍ଜ ଶାଖାର ସାଙ୍ଗଠନିକ ବୈଠକ 

ରାଜ୍ୟ
ବାରିପଦା : ସ୍ଥାନୀୟ ଭଂଜପୁର ସ୍ଥିତ ସଂସ୍ଥାର ସମ୍ମିଳନୀ କକ୍ଷରେ ରାଜ୍ୟ ଉପାଧ୍ୟକ୍ଷ ଅଜୟ କୁମାର ମିଶ୍ରଙ୍କ ଅଧ୍ୟାକ୍ଷତାରେ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ, ମୟୁରଭଞ୍ଜ ଜିଲ୍ଲା ଶାଖାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି I
ଏହି ବୈଠକରେ ସଭାପତି ମୁକ୍ତେଶ୍ଵର ଜୀଉ, ଉପସଭାପତି ହରିନାରାୟଣ ମିଶ୍ର, ସମ୍ପାଦକ ଆଲୋକ କୁମାର ରଣା ଓ ସୁନୀଲ କୁମାର ହୋତା ଏବଂ ଆଜୀବନ ସଦସ୍ୟ ସଜୟ କୁମାର ଷଡ଼ଙ୍ଗୀ, ଉଦୟ କୁମାର ଜେନା, ଭାନୁପ୍ରତାପ ଭଞ୍ଜଦେଓ, ଦିଲ୍ଲୀପ କୁମାର ପଣ୍ଡା, ଅରୁଣ କୁମାର ପଣ୍ଡା, ଆତୋଷ କୁମାର ସାହୁ, ରସାନନ୍ଦ ବେହେରା, ପରେଶ ଚନ୍ଦ୍ର ଧଳ, ବିଶ୍ଵରୂପ ମହାନ୍ତ, ରାମଚନ୍ଦ୍ର ଦାଶ ଓ କୁଳିଅଣା ବ୍ଲକ ସଭାପତି ବିନୟ କୁମାର ସାହୁ, ସଦସ୍ୟ ଉତ୍ତମ କୁମାର ବସା, ଦେବ କୁମାର ନାଥ ପ୍ରମୁଖ ଉପସ୍ଥିତ ରହି ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ I
ବିଶେଷ କରି ବ୍ଲକ ଓ ଡାକ୍ତରଖାନାରେ ଦେଖାଯାଉଥିବା ସମସ୍ୟାର ସମାଧାନ ପାଇଁ ଉଚିତ ପଦକ୍ଷେପ ନିଆଯିବ ବୋଲି ବୈଠକରେ ସ୍ଥିର କରାଗଲା I ଶେଷରେ ସଭାପତି ଶ୍ରୀ ଜୀଉ ଧନ୍ୟବାଦ ଅର୍ପଣ କରିଥିଲେ I