IMG 20260710 WA0171

କେଡିପି ଆନୁକୂଲ୍ୟରେ ରକ୍ତଦାନ ଶିବିର

ରାଜ୍ୟ
ବାରିପଦା : ବାରିପଦା ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଉପଲବ୍ଧି କରି ବାରିପଦାର ପ୍ରତିଷ୍ଠିତ ବ୍ୟବସାୟୀ ପ୍ରତିଷ୍ଠାନ କାଲୁରାମ ଦୁର୍ଗା ପ୍ରସାଦ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଦୁର୍ଗା ପ୍ରସାଦ ମୋଦିଙ୍କ ନେତୃତ୍ୱରେ ଏବଂ ସୁମନ ମୋଦି ଓ ଖୁସୁବୁ ମୋଦିଙ୍କ ସହାୟତାରେ ଆୟୋଜିତ ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଉଦଘାଟନ କରିବା ସହ ଦୀର୍ଘବର୍ଷ ଧରି ଶିବିର ଆୟୋଜନ କରିଆସୁଥିବାରୁ ମୋଦି ପରିବାରର ପ୍ରଶଂସା କରିଥିଲେ I
ସମ୍ମାନିତ ଅତିଥି ଭାବେ ଏମ ସି ସି ବ୍ୟାଙ୍କ ସଭାପତି ସୁବ୍ରମନିୟମ ମହାନ୍ତି, ପୂର୍ବତନ କାଉନସିଲର ପ୍ରଭାତ ମହାନ୍ତି, ସମାଜସେବୀ ଅମର କୁମାର ସେଠି ଓ ସୋମନାଥ ସିଂହ, ସାମ୍ବାଦିକ ସତ୍ୟଜିତ ସୋମ, ମୟୁରଭଞ୍ଜ କେମିଷ୍ଟ ଏଣ୍ଡ ଡ୍ରାଗିଷ୍ଟ ଏସୋସିଏସନର ଉପଦେଷ୍ଟା ନିରୋଜ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ଏହି ଶିବିରରେ ଗୌରବ ମୋଦିଙ୍କ ସମେତ ମୋଟ ୫୦ ଜଣ ରକ୍ତଦାନ କରିଥିଲେ I ରକ୍ତ ଭଣ୍ଡାର ଅଧିକାରୀ ଡା. ସୌମ୍ୟରଞ୍ଜନ ନାୟକ ଓ ମେଡିକାଲ ଅଫିସର ଡା. ନୀଲେଶ ଦାସଙ୍କ ନେତୃତ୍ୱରେ ଛବି ମହାନ୍ତ, ବବିତା ଦାସ, କରୁଣାକର ଜେନା ଓ ଧିରେନ ମୁଖି ରକ୍ତ ସଂଗ୍ରହ କରିଥିଲେ I ପୂର୍ଣ୍ଣଚନ୍ଦ୍ର ଦେହୁରୀ, ବିଶ୍ୱନାଥ ପଟ୍ଟନାୟକ, ସୌମ୍ୟରଞ୍ଜନ ଦାସ, ଅନିଲ ପରିଡା, ରାକେଶ ସିଂହ, ଜୟନ୍ତ ସାହୁ, ପ୍ରସନ୍ନ ପୃଷ୍ଟି, ଚନ୍ଦ୍ରଶେଖର ସାହୁ, ବିଜୟ ମାଣ୍ଡୋଇ ଓ ସାମଶେର ଆଲାମ ଶିବିର ପରିଚାଳନାରେ ସହଯୋଗ କରିଥିଲେ I