ୱେଲିଙ୍ଗଟନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତିନି ଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଶୁକ୍ରବାର ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି। ଦୁଇ ଦିନିଆ ଗସ୍ତ କାଳରେ ପିଏମ୍ ମୋଦୀ ପ୍ରଧାନମନ୍ତ୍ରୀ ଲକ୍ସନଙ୍କ ସହ ଆର୍ଥିକ, ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବା ସହ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ। ଏହି ଗସ୍ତ ଭାରତର ‘ଆକ୍ଟ ଇଷ୍ଟ ପଲିସି’ ଏବଂ ମୁକ୍ତ ‘ଭାରତ-ପ୍ରଶାନ୍ତ ମହାସାଗରୀୟ’ ଦୃଷ୍ଟିକୋଣକୁ ଆହୁରି ସୁଦୃଢ଼ କରିବ।
