ବାରିପଦା : ମୟୂରଭଂଜ ଜିଲ୍ଲାର ଦିତୀୟ ବୃହତ୍ତମ ରାଇରଙ୍ଗପୁର ସହରର ଜନସଂଖ୍ୟା ହୁ ହୁ ବୃଦ୍ଧି ପାଉଛି ।ସରକାର ମଧ୍ୟ ଆଇନଶୃଙ୍ଖଳା,ଟ୍ରାଫିକ,ଅପରଧ ନିୟନ୍ତ୍ରଣ ପାଇଁ ରାଇରଙ୍ଗପୁର ପୋଲିସ ଜିଲ୍ଲା ଘୋଷଣା କରିଛନ୍ତି । ଜନସଂଖ୍ୟା ବୃଦ୍ଧି ସହ ରୋଟିରୋଜି ଏବଂ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ରାସ୍ତାକଡ ପାର୍ଶ୍ବରେ ଛୋଟ ଛୋଟ ଦୋକାନ କରି ଚଳୁଛନ୍ତି । ରାଇରଙ୍ଗପୁର ସହରରେ ବାଇପାସ୍ ନ ଥିବାରୁ ସହରର ମଧ୍ଯ ଦେଇ ଜାତୀୟ ରାଜପଥ ୨୨୦ ନମ୍ବର ଯାଇଛି ।ତଦସହ ଦୁଇଟି ଲୌହଖଣି ଚାଲୁ ସହିତ ଦୈନିକ କେନ୍ଦୁଝର,ଯୋଡ଼ା,ବଡ଼ବିଲ,କୋଇଡା ଲୌହଖଣି ଅଞ୍ଚଳରୁ ଶହ ଶହ ଲୌହ ପଥର ବୋଝେଇ ପରିବହନ ଟ୍ରକଏହି ମୁଖ୍ୟ ରାସ୍ତା ଦେଇ ବାହାର ରାଜ୍ୟକୁ ଯାଉଛି ।ବିକଳ୍ପ ରାସ୍ତା ନାହିଁ ।
ତଦସହ ଦୈନିକ ଶହ ବସ୍ ଟ୍ରକ୍,ଭାରିଯାନ,ଲଘୁଯାନ,ପରିବହନ ଗାଡ଼ି ଯାଉଥିବାରୁ ଟ୍ରାଫିକ ସମସ୍ୟା ନେଇ ଦୈନିକ କିଛିନା କିଛି ଛୋଟବଡ ଦୁର୍ଘଟଣା ମୃତାହତ ଘଟୁଛି । ବହୁ ଧନ ଜୀବନ ନଷ୍ଟ ହେଉଛି ।ଆଗକୁ ପ୍ରସିଦ୍ଧ ରଥଯାତ୍ରା ଅଛି ।ତେଣୁ ଟ୍ରାଫିକ ସମସ୍ଯା ଗୁରୁତର ଏବଂ ଜବରଦଖଲକାରୀଙ୍କୁ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ତରଫରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ ପାଇଁ ପୂର୍ବରୁ ଵହୁଥର ନୋଟିସ ଜାରି କରାଯାଇଥିଲା । ପ୍ରଶାସନ ତରଫରୁ ମାଜିଷ୍ଟ୍ରେଟ ଡିଉଟିରେ ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ , ଏସଡିପିଓ ବୀରେନ୍ଦ୍ର ସେନାପତି,ଵହଳଦା ତହସିଲଦାର ଶିବ ନାରାୟଣ ମୁର୍ମୁ, ତହସିଲଦାର ଭବାନୀ ପ୍ରସାଦ ସାହୁ, ଟାଉନଥାନାଧିକାରୀ ରଞ୍ଜନ ସେଠି,ସୁପରଭାଇଜର ନିହାର କୁମାର ପାତ୍ର ,ଆରଆଇ ରଞ୍ଜନ ମହାନ୍ତ, ଆରଆଇ ସୁନାରାମ ମାଝୀ ସମେତ ୨ ପ୍ଲାଟୁନ ପୋଲିସ ଉପସ୍ଥିତ ରହି ଜବରଦଖଲ ରେ ଥିବା ୬୭ ଟି ଦୋକାନିକୁ ବୁଝାସୁଝା କରି ହଟାଇବା ଵ୍ଯଵସ୍ଥି କରିଥିଲେ ।ଅଧିକାଂଶ ଦୋକାନିମାନେ ସ୍ବତଃସ୍ଫୁର୍ତ୍ତ ଭାବରେ ନିଜ ନିଜ ଦୋକାନର ଆସବାବପତ୍ର ଉଠାଇଥିଲେ ।କିଛି ସ୍ଥାନରେ ଯେସିବି ଦ୍ବାରା ଭଙ୍ଗାରୁଜା କରାଯାଇଥିଲା । ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖ, ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟ ଓ ବାଳିକା ଵିଦ୍ଯାଳୟ ,ରାଇରଙ୍ଗପୁର ମୁଖ୍ୟ ଡାକଘର ସମ୍ମୁଖ,କୁଚେଇବୁଢି ହନୁମାନ ମନ୍ଦିର ଛକ ନିକଟରେ ଥିବା ୬୭ ଟି ଉଠା ଦୋକାନିକୁ ହଟା ଯାଇଥିଲା ।ଓଡ଼ିଶା ଏକ କୃଷି ପ୍ରବଣ ରାଜ୍ୟ ।ଆଷାଢ଼ ଓ ଶ୍ରାବଣ ମାସ ଗରିବୀ ଓଡ଼ିଆଙ୍କର ସବୁଠି ଦୁଃଖର ମାସ ।
ଏହି ବର୍ଷା ଋତୁରେ ପ୍ରଶାସନ ଜବରଦଖଲକାରୀଙ୍କୁ ଉପରେ ବୁଲ ଡୋଜର ଚଢ଼ାଉର କେତେ ଯୁକ୍ତିଯୁକ୍ତ ।ଦୋକାନ ଭଙ୍ଗା ଯାଉଥିବାରୁ ଭାଙ୍ଗି ପଡିଛନ୍ତି ୬୭ ଟି ଦୋକାନିଙ୍କ ଉପରେ ନିର୍ଭର କରୁଥିବା ତାଙ୍କ ପରିବାରର ୭୦୦ ଲୋକ ଘରେ ଗୁମୁରି ଗୁମୁରି କାନ୍ଦୁଛନ୍ତି ।ବର୍ଷା ଋତୁରେ କେଉଁଠି ଦୋକାନ ଖୋଲିବେ ଏବଂ ଆଗକୁ ପରିବାର ଚଳାଇବେ କେମିତି ।ପରିବାରର ସଉଦା,ଛୁଆଙ୍କ ସ୍କୁଲ ଖର୍ଚ,ଘରର ବୁଢାଵୁଢି ଙ୍କ ଔଷଧ ଖର୍ଚ,ଦୈନିକ ଖାଦ୍ୟ ବ୍ୟବସ୍ଥା,ବିଦ୍ୟୁତ ବିଲ୍,ପାଣି ବିଲ ହୋଲଡିଂ ଟେକ୍ସ ଭଳି ଯାବତୀୟ ଖର୍ଚ କିଭଳି ସମ୍ଭାଳିବେ ଚିନ୍ତାରେ ପଡ଼ିଛନ୍ତି ।ଘରେ ଚାଲିଛି କାନ୍ଦଵୋବାଳି ।ଦିର୍ଘ ଦଶନ୍ଧି ଦଶନ୍ଧି ଧରି ରାସ୍ତାକଡ଼ରେ ଦୋକାନ କରି ପରିବାର ଚଳାଉଥିବା ବେଳେ ଏବେ ପରିଣତ ବୟସରେ ଯିବେ କୁଆଡେ ? ଉଠା ଦୋକାନୀମାନେ ଆଶା କରିଥିଲେ ଆଗାମି ରଥଯାତ୍ରାରେ ବ୍ୟବସାୟ କରି ଦୁଇ ପଇସା କମାଇବେ । ସବୁ ସ୍ବପ୍ନ ଛାରଖାର ହୋଇଗଲା ।କିନ୍ତୁ ପ୍ରଶାସନ ଛଡାଇନେଲା ତାଙ୍କ ରୋଟିରୋଜି ।ଥଇଥାନ ନ କରି ଦୋକାନ ଉଛେଦ କେତେ ଯୁକ୍ତିଯୁକ୍ତ ।ଏହା ଏକପ୍ରକାର ମାନବିକ ଅଧିକାରକୁ ଅଣଦେଖା କରାଯାଉଛି !
