୪୮୮ ଵର୍ଗ ଅନୁଦାନ ପ୍ରାପ୍ତ ଅଧ୍ୟାପକ – କର୍ମଚାରୀ ସମନ୍ୱ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ କମିଟି ଗଠିତ 

ରାଜ୍ୟ
 ବାରିପଦା : ୪୮୮ ବର୍ଗ ଅନୁଦାନ ପ୍ରାପ୍ତ ଅଧ୍ୟାପକ – କର୍ମଚାରୀ ସମନ୍ବୟ ସମିତି, ମୟୂରଭଞ୍ଜ ଜିଲ୍ଲା ର ଆବାହିକା ଯାଜ୍ଞସେନୀ ରାୟ ଙ୍କ ଦ୍ଵାରା ଏକ ଆଭାସୀ ବୈଠକ ଆଜି ବୁଧବାର ଅପରାହ୍ନରେ  ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଆବାହିକା ଆସନ୍ତା ଦିନ ଗୁଡ଼ିକରେ ଆନ୍ଦୋଳନକୁ ସୁଚାରୁ ରୂପେ ସମ୍ପାଦନ କରିବା ସହ ରାଜ୍ୟ ସ୍ତରର ନେତ୍ରୁ ଶ୍ରେଣୀୟ କାର୍ଯ୍ୟକର୍ତ୍ତାମାନଙ୍କସହିତ ସୁ – ସମ୍ପର୍କ ରଖି ଆନ୍ଦୋଳନକୁ ଆଗେଇନେବା ପାଇଁ ମୟୁରଭଞ୍ଜର 488 ଶ୍ରେଣୀଭୁକ୍ତ ସମସ୍ତ କଲେଜ ମାନଙ୍କରେ ଜଣେ କଲେଜ ଲିଡର ଏବଂ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ କମିଟି ଗଠନ ପାଇଁ ସର୍ବସମିତିକ୍ରମେ ସିଦ୍ଧାନ୍ତ ନିଆଯାଇଥିଲା । ଏହି  କମିଟି ଷ୍ଟେଟ ଲେଭେଲର ଲିଡରମାନଙ୍କୁ ବାଛିବେ ଓ ସେମାନଙ୍କ ସହିତ ମିଶି କାର୍ଯ୍ୟ କରିବେ ବୋଲି ନିଷ୍ପତି ନିଆଯାଇଅଛି । ବୈଠକରେ  ମୟୂରଭଞ୍ଜ ଜିଲ୍ଲାରୁ ସମସ୍ତ ଅଧ୍ୟାପକ କର୍ମଚାରୀ ଉପସ୍ଥିତ ଥିଲେ  ।
ନବ ନିର୍ବାଚିତ ହୋଇଥିବା ପ୍ରେସିଡେଣ୍ଟ ଶ୍ରୀମତୀ  ଯାଞ୍ଜ୍ୟାସେନୀ ରୟ , ଜେନେରାଲ ସେକ୍ରେଟାରୀ ଶ୍ରୀ ବିଜୟ କୁମାର ମିଶ୍ର, ଭାଇସ ପ୍ରେସିଡେଣ୍ଟ  ଶ୍ରୀ ଅଟଳ କୁମାର ମହାନ୍ତ, ଜଏଣ୍ଟ ଜେନେରାଲ ସେକ୍ରେଟାରୀ ଶ୍ରୀ ମନୋଜ ନାୟକ , ଅର୍ଗାନାଇଜିଙ୍ଗ ସେକ୍ରେଟାରୀ  .1. ଶ୍ରୀ ବିଜୟ କୁମାର ବାରିକ୍, 2. ସନ୍ତୋଷ ମହାନ୍ତି, ଟ୍ରେଜାରାର  ଶ୍ରୀମତୀ ଅବନ୍ତୀ ଷଡ଼ଙ୍ଗୀ ମନୋନୀତ ହୋଇଅଛନ୍ତି। ଜେନେରାଲ ବଡିରେ ମଧ୍ୟ୍ୟ ବିଭିନ୍ନ କଲେଜରୁ ଛଅ ଜଣ ମେମ୍ବର ଅଛନ୍ତି। ମିଡିଆ ସେଲ୍ ଭାବେ   ଶ୍ରୀ ଗୌରଚନ୍ଦ୍ର ସୁର ଙ୍କୁ ମନୋନୀତ କରାଯାଇଅଛି । ଏମାନଙ୍କୁ ଛାଡ଼ି ସିନିୟର୍  ଏଡଭାଇଜରି ବୋଡିରେ ବିଭିନ୍ନ କଲେଜରୁ ଏକବିଂଶ ଜଣ ମେମ୍ବର ରହିଛନ୍ତି। ସର୍ବଶେଷରେ ମୟୁରଭଞ୍ଜର ବିଭିନ୍ନ କଲେଜ ରୁ ଅଧ୍ୟାପକ ଓ କର୍ମଚାରୀ ମାନେ ଅଂଶ ଗ୍ରହଣ କରି ଜିଲ୍ଳା କମିଟି ଗଠନ କରିବା କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରି ଥିବାରୁ ଶ୍ରୀ ଗୌର ଚନ୍ଦ୍ର ସୁର ସମସ୍ତଙ୍କୁ ଗୋଟିଏ ସୂତ୍ରରେ ରହି ଏକ ମନ ଏକ ପ୍ରାଣ ହୋଇ ସଂଗଠନକୁ ଦୃଢ଼ କରି ନିଜ ନିଜର ହକ୍ ସରକାରଙ୍କଠାରୁ ଛଡ଼ାଇ ନେବାକୁ ପଡିବ ବୋଲି କହି, ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।