ସାରସକଣା : ସରକାରଙ୍କ ଅଣଦେଖା ର ଶିକାର ହୋଇଥିବା ଲୋକଙ୍କୁ ନେଇ ଭାରତୀୟ କମ୍ଯୁନିଷ୍ଟ ପାର୍ଟି ପକ୍ଷରୁ ଆଜି ମୟୁରଭଞ୍ଜ ଜିଲ୍ଲା ସାରସକଣା ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ଉପସ୍ଥାପନ କରାଯାଇଛି। ଧାନଘେରୀ ଗ୍ରାମର ପବିତ୍ର ନାଏକ, ପିତା-କାଳି ଚରଣ ନାଏକ, ତାଙ୍କ ପିତା – ଏକାଦଶୀ ନାଏକ ଙ୍କ ପୁର୍ବରୁ ଏପର୍ଯ୍ୟନ୍ତ ଏହି ପରିବାର ଜମି ଭୋଗ ଦଖଲରେ ରହିଆସିଛନ୍ତି। ବିଭିନ୍ନ ବର୍ଷ ତହସିଲ ପକ୍ଷରୁ ଏହି ଜମି ଜବରଦଖଲ ପାଉତି ମଧ୍ୟ କରାଯାଇଛି।
ନିକଟରେ ଜନୈକ ପ୍ରଭାବଶାଳୀ ବ୍ୟକ୍ତି ଜେସିଵି ସହ ଗୁଣ୍ଡା ନେଇ ପବିତ୍ର ନାୟକଙ୍କ ଉଛେଦ କରିବା ପାଇଁ ଆସିବା ଘଟଣାରେ ତହସିଲଦାରଙ୍କୁ ଜଣାଇବାରୁ ତହସିଲଦାର ପବିତ୍ର ନାଏକଙ୍କୁ ଜମି ଛାଡ଼ିଦେବା ପାଇଁ ଧମକ ଦେବା କୁ ନେଇ ସମଗ୍ର ଗ୍ରାମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେଣୁ ଅବିଳମ୍ବେ ପବିତ୍ର ନାଏକଙ୍କୁ ଦଖଲ ଜମିର ପଟ୍ଟା ପ୍ରଦାନ କରିଵାକୁ ଦାବି କରାଯାଇଛି।ଗତ ୪ମାସ ଧରି ଅନେକ ବୃଦ୍ଧ, ବୃଦ୍ଧା, ସ୍ଵାମୀ ପରିତ୍ୟକ୍ତା ଓ ଭିନ୍ନକ୍ଷମଙ୍କୁ ଅନଲାଇନ ଆଳ ଦେଖାଇ ଭତ୍ତା ମିଳିନାହିଁ, ତୁରନ୍ତ ଭତ୍ତା ପ୍ରଦାନ ପାଇଁ ଦାଵି କରାଯାଇଛି। ଵିଜେପି ସରକାର ଗୁପ୍ତ ଏଜେଣ୍ଡା କାର୍ଯ୍ୟକାରୀ କରିବାକୁ ଯାଇ କେନ୍ଦ୍ରଭୁତ ପରୀକ୍ଷା ପରିଚାଳନା ଆଳରେ ପରୀକ୍ଷା ପୁର୍ଵରୁ ପ୍ରଶ୍ନ ପତ୍ର ବିକ୍ରୟ ଶିଳ୍ପ ଭାବେ ଏନଟିଏ ପ୍ରତିଷ୍ଠା ଠାରୁ ଇତିମଧ୍ୟରେ ୭୦ରୁ ଅଧିକ ପରୀକ୍ଷା ପ୍ରଶ୍ନପତ୍ର ଵିଭ୍ରାଟ କରି ବିଜେପି ପ୍ରଚୁର ଅର୍ଥ ଉପାର୍ଜନ କରିଛି। ଚଳିତ ବର୍ଷ ନୀଟ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଘଟଣାରେ ଅନେକ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଥିବାରୁ ନୈତିକତା ଦୃଷ୍ଟିରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ।
ଓଡ଼ିଶାର ସରକାରୀ ଵିଦ୍ଯାଳୟର ପ୍ରଥମରୁ ଅଷ୍ଟମ ପାଠ୍ୟପୁସ୍ତକ ପ୍ରକାଶନରେ ହଜାର ହଜାର ତୃଟି ଘରୋଇ ଶିକ୍ଷା ଵୈପାରୀ ସରସ୍ଵତି ମନ୍ଦିର ଦ୍ଵାରା କରାଇ ସରକାରୀ ସ୍କୁଲ ବନ୍ଦ ପାଇଁ ମୋହନ ସରକାର ଷଡ଼ଯନ୍ତ୍ର କରିଛନ୍ତି।ତୈଣୁ ଅବିଳମ୍ବେ ନିର୍ଭୁଲ ପୁସ୍ତକ ପ୍ରକାଶନ କରାଇ ଛାତ୍ରଛାତ୍ରୀଙ୍କୁ ନୂଆ ବହି ଯୋଗାଇ ଦିଆଯାଉ ଓ ରାଜ୍ଯ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବାକୁ ଦାବି କରାଯାଇଛି। ପେଟ୍ରୋଲିୟମ୍ ସାମଗ୍ରୀ ସମେତ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ବନ୍ଦ କର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓଡ଼ିଶାରେ ଜୀବନଧାରଣ ବିପର୍ଯ୍ୟସ୍ତ କଲାଣି। ନାରୀ ନିର୍ଯାତନା ବଢ଼ି ଚାଲିଛି, ନାରୀ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ଦାବି କରାଯାଇଛି। ବିଜେପି ନେତା ଥାନା ହାଜତରୁ ଅପରାଧୀ ଙ୍କୁ ଖୋଲି ନେଇ ପଳାଇବା ଭଳି ଘଟଣା ପୋଲିସ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କଲାଣି।ଏସ୍ଆଇଆର ଆଳରେ ୨୦ଲକ୍ଷ ବିରୋଧୀ ଭୋଟରଙ୍କ ନାମ ଭୋଟର ତାଲିକାରୁ ହଟାଇଲେଣି।ପ୍ରତ୍ଯେକ କ୍ଷେତ୍ରରେ ଦୁର୍ନିତୀ ସାମାଜିକ ଜୀବନକୁ ଅଚଳ କଲାଣି।
ଏହି ସମସ୍ତ ସମସ୍ୟାର ଆସୁ ସମାଧାନ ଦାବି କରାଯାଇଛି। ଏହି ବିକ୍ଷୋଭ ସମାବେଶ ସିପିଆଇ ଆଞ୍ଚଳିକ ସମ୍ପାଦକ ବଳରାମ ମୁର୍ମୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ଯ ସହ ସମ୍ପାଦକ ଜୟନ୍ତ ଦାସ, ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର, ଜିଲ୍ଲା ସହ ସମ୍ପାଦକ ପରମେଶ୍ବର ମାହାନ୍ତ, ଜିଲ୍ଲା ଵିକେଏମୟୁ ନେତା ହୃଷୀକେଶ ସାହୁ, କାର୍ଯ୍ୟକାରୀ କମିଟି ସଦସ୍ୟ ନାରାୟଣ ଟୁଡୁ, ପ୍ରତାପ ନାଏକ, ଶତୃଘ୍ନ ନାଏକ, ନିଧି ମୁର୍ମୁ, କବିତା ମୁର୍ମୁ, ପ୍ରିୟତମା ନାଏକ, ଦିନ ମଣି ନାଏକ,ରୁକମଣୀ ସିଂ, କନ୍ଦା ବିନ୍ଧାଣି, ଅନନ୍ତ ମହାପାତ୍ର, ଚିତ୍ତ ମାଦୁଡୀ, କାନଗୋଇ ସିଂହ, ସୁଵାକର ଦାସ, ଗଙ୍ଗାଧର ଵଇଠା,ପ୍ରଥମେ ସିଂ ପ୍ରମୁଖ ଉଦବୋଧନ ଦେଇ ବିଜେପି ସରକାରଙ୍କ ଆଦିବାସୀ, ଦଳିତ, ପଛୁଆ ଵର୍ଗ ଓ ସଂଖ୍ୟାଲଘୁଙ୍କ ଉପରେ ଦମନ ମୂଳକ ପଦକ୍ଷେପ, ନାରୀ ନିର୍ଯାତନା, ଦରବୃଦ୍ଧି, ତ୍ରୀସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ସଂକୋଚନ କରି ସରକାରୀ ଅଧିକାରୀଙ୍କ କ୍ଷମତା ବୃଦ୍ଧି କୁ ନିନ୍ଦା କରିଥିଲେ। ଦେଶର ଏହି ବ୍ୟବସ୍ଥା ପରିବର୍ତ୍ତନ ପାଇଁ ୬ ଅଗଷ୍ଟରୁ ୧୫ ଅଗଷ୍ଟ ପ୍ରତି ଗାଁ ରେ ପଦଯାତ୍ରା, ଦେଶର ଶାସନ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ୧ ସେପ୍ଟେମ୍ବର ଦିଲ୍ଲୀ ଚାଲ ରାମ ଲୀଳା ମଇଦାନ ମହାସମାବେଶ ର ସଫଳତା ପାଇଁ ଆହ୍ଵାନ ଦେଇଥିଲେ।
ନନ୍ଦ ଲାଲ ନାଏକ ଧନ୍ୟବାଦ ଦେଇଥିଲେ। ଏହା ପୁର୍ବରୁ ସାରସକଣା ହାଟ ପଡ଼ିଆରୁ ଏକ ଶୋଭାଯାତ୍ରା ବଜାର ପରିକ୍ରମା କରି ତହସିଲ ଅଫିସରେ ପହଞ୍ଚିଲେ। ଆସନ୍ତା ୧୩ ଜୁଲାଇ ସାରସକଣା ଅଞ୍ଚଳ ଜେନେରାଲ ବଡ଼ି ବୈଠକ ଧାନଘେରୀଠାରେ ଅନୁଷ୍ଠିତ ହେବ ବୋଲି ଅଞ୍ଚଳ ସମ୍ପାଦକ ବଳରାମ ମୁର୍ମୁ ଘୋଷଣା କରିଥିଲେ।
