- ବାମନଘାଟୀ ଉପଖଣ୍ଡରେ ସାର ନ ପାଇ ଚାଷୀ ହନ୍ତସନ୍ତ
ବାରିପଦା : ସରକାରଙ୍କ ଅଜବ ଗଜଵ ନୀତି ।କୋ – ଅପେରେଟିଭ୍ ସଂସ୍ଥାର କ୍ଯୁଆର୍ କୋଡରେ ଚାଷୀ ଟଙ୍କା ପେମେଣ୍ଟ କଲେ ଲ୍ଯାମ୍ପରୁ ସାର ମିଳିବ ବୋଲି ସରକାର ସୂଚନା ଦେଇଛନ୍ତି।ସୂଚନାଯୋଗ଼୍ଯ ପବିତ୍ର ଅକ୍ଷୀ ତୃତୀୟାରୁ ଚାଷୀମାନେ ହଳ କାମ ଆରମ୍ଭ କରି ଦେଇଛନ୍ତି ।ଆଷାଢ଼ ମାସ ଆରମ୍ଭ ହୋଇଛି ।ଅପରପକ୍ଷରେ ସରକାରଙ୍କ ଅଜବ ଗଜଵ ନୀତି ଯୋଗୁଁ ଚାଷୀ ପାଉ ନାହାଁନ୍ତି ସାର ।ସାର ସମସ୍ଯାରେ ଜର୍ଜରିତ ଚାଷୀ ।
ଚାଷୀମାନଙ୍କ ମଧ୍ୟରେ ସରକାରଙ୍କ ଉପରେ ଅସନ୍ତୋଷ ବୃଦ୍ଧି ପାଉଛି ।ସରକାରଙ୍କ ନିର୍ଦେଶ କ୍ଯୁଆର୍ କୋଡରେ ଯେଉଁ ଚାଷୀ ପେମେଣ୍ଟ କରିବ ସେମାନଙ୍କୁ କେବଳ ସାର ଦିଆଯିବ ।ଅପରପକ୍ଷରେ ସରକାର କ୍ଯୁଆର୍ କୋଡ଼ ଦେଇ ନାହାନ୍ତି ।ତେଣୁ ଚାଷୀ କେଉଁଠାରେ ଟଙ୍କା ଡିପୋଜିଟ କଲେ ସାର ପାଇବେ ! ମୟୁରଭଞ୍ଜ ଜିଲ୍ଲା ଏକ କୃଷି ବହୁଳ ଜିଲ୍ଲା ।ଏଠାରେ ଶିଳ୍ପ, କାରଖାନା କିଛି ନାହିଁ ।କେବଳ ଧାନଚାଷ ଉପରେ ଚାଷୀ ନିର୍ଭରଶୀଳ ।ତେଣୁ ଏଭଳି ପରିସ୍ଥିତି ସାର ନ ପାଇ ଚାଷୀ ହନ୍ତସନ୍ତ ହେଉଛନ୍ତି ।ତେଣୁ ସରକାର ଚାଷୀଙ୍କ ଉପରେ ସଦୟ ରଖି ବର୍ତ୍ତମାନ ପାଇଁ କ୍ଯୁଆର୍ କୋଡ଼ କଟକଣା ହଟାନ୍ତୁ ଏଵଂ ଚାଷୀମାନେ କିଭଳି ସହଜରେ ଟଙ୍କା ଡିପୋଜିଟ କରି ସାର ପାଇ ପାରିବେ ତାହାର ବ୍ୟବସ୍ଥା କରନ୍ତୁ ବୋଲି ଚାଷୀମାନଙ୍କ ପକ୍ଷରୁ ଦାବୀ କରାଯାଇଅଛି ।
