IMG 20260606 WA0190

 ଅଲ୍ ଇତୁନ୍ ଆଶ୍ରା ତରଫରୁ ସାଂସଦଙ୍କୁ ସମ୍ବର୍ଦ୍ଧନା

ରାଜ୍ୟ
ବାରିପଦା : ଆଦିବାସୀ ସାନ୍ତାଳି ଲିପି  ଅଲଚିକି ଏବଂ ଭାଷାର ପ୍ରଚାର ଓ ପ୍ରସାର ପାଇଁ  ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ  ଶହୀଦ ନୁଦୁରାମ ମେମୋରିଆଲ ଟ୍ରଷ୍ଟ ଏବଂ ଅଲ୍ ଇତୁନ୍ ଆଶ୍ରା ଅଣ୍ଟା ଭିଡିଛି ।ଏହି ଅନୁଷ୍ଠାନ ତରଫରୁ ଗ୍ରୀଷ୍ମକାଳୀନ ଅବସରରେ ମଇ  ୫ ତାରିଖରୁ ଜୁନ ୧୬ ତାରିଖ ପର୍ଯ୍ଯନ୍ତ   ସାନ୍ତାଳି ଲିପି ପଠନ,ଲିଖନ କାର୍ଯ୍ଯକ୍ରମ ଆୟୋଜିତ କରାଯାଇଛି ।ଏଠାରେ ୫୦ ରୁ ଉର୍ଦ୍ଧ୍ବ  ଛାତ୍ରଛାତ୍ରୀ ଆଦିବାସୀ,ଅଣ ଆଦିବାସୀ ବୟସ୍କ ମାନେ ମଧ୍ୟ ଶିକ୍ଷାଲାଭ କରୁଛନ୍ତି ।ଅଭିଜ୍ଞ ଶିକ୍ଷକ ବୁଢାନ୍ ସାର୍, ବାଲାଇ ସାର୍ଲ, ଲକ୍ଷ୍ମିପ୍ରିୟା ଦିଦି ପ୍ରମୁଖ ସରଳ ଏଵଂ ସହଜ ଭାଷାରେ ସାନ୍ତାଳି ଶିକ୍ଷା ଦେଉଛନ୍ତି ।ଆଜି ଏହି ଶିକ୍ଷାଦାନ କେନ୍ଦ୍ରକୁ ମୟୂରଭଂଜ ସାଂସଦ ନବ ଚରଣ ମାଝୀ ଏବଂ ତାଙ୍କ ପ୍ରତିନିଧି ମନୋଜ ଦାସ ପରିଦର୍ଶନ ରେ ଯାଇଥିଲେ  ।
ଛାତ୍ରଛାତ୍ରୀମାନେ ତାଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସାଂସଦ ଶ୍ରୀ ମାଝୀ  କହିଥିଲେ ମାତୃଭାଷା ହିଁ ଶ୍ରେଷ୍ଠ ଭାଷା ।ଯିଏ ନିଜ ମାତୃଭାଷାରେ ସୁଦୃଢ ସେ ଅନ୍ୟଭାଷାକୁ ସହଜରେ ଗ୍ରହଣ କରି ପାରିବ ।ଶିକ୍ଷା ହେଉଛି ବିକାଶର ଚାବିକାଠି ।ସମସ୍ତେ ଶିକ୍ଷିତ  ହୁଅ ଓ ଆଗକୁ ନିଜ ବିଚାରଧାରା ନେଇ ବଢ । କାର୍ଯ୍ୟକ୍ରମରେ ଶହୀଦ ନୁଦୁରାମ ଟ୍ରଷ୍ଟର ପ୍ରତିଷ୍ଠାତା ମନୋରଞ୍ଜନ ହାଁସଦାଃ,ଅଧ୍ୟକ୍ଷ ମୋଚିରାମ ମୁର୍ମୁ,ସଦସ୍ୟ ଗୋପାଳ ଚନ୍ଦ୍ର ମହାନ୍ତି,ଅଲ୍ ଇତୁନ୍ ଆଶ୍ରାର ଜିଲ୍ଲା ସଭାପତି ରବୀନ୍ଦ୍ର ମୁଖୀ ଏବଂ ଶିକ୍ଷକ ବୁଢ଼ାନ ସାର୍ ଵାଲାଇ ସାର୍ ପ୍ରମୁଖ ଉପସ୍ଥିତ ଥିଲେ । ସାଂସଦ ପ୍ରତିନିଧି ମନୋଜ ଦାସ କହିଥିଲେ  ମୁଁ ମଧ୍ୟ ସାନ୍ତାଳି ଲିପି ଓ ଭାଷା ଶିଖିବି ଯାହାକି ମୋତେ ମୋ କର୍ମକ୍ଷେତ୍ରରେ ସାହାଯ୍ୟ କରିବ ।