IMG 20260604 WA0002

କୁଡୁମୀ ସେନାର ୧୪ତମ ପ୍ରତିଷ୍ଠା ଦିବସ ପାଳିତ 

ରାଜ୍ୟ
ବାରିପଦା : ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଜୁନ ୩ ତାରିଖରେ କୁଡୁମୀ ସେନା ର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି ।  ମହୁଲଡିଆ ଡାକବଙ୍ଗଳା ଠାରେ ବାମନଘାଟି କୁଡୁମୀ ସେନା ପକ୍ଷରୁ ୧୪ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏହି ଜାତି କୁ ୧୯୫୦ ମସିହା ପର୍ଯ୍ୟନ୍ତ ଆଦିବାସୀ ମାନ୍ୟତା ମିଳିଥିଲା ।କିନ୍ତୁ ପରେ କୌଣସି କାରଣ ନ ଦର୍ଶାଇ ଉଦ୍ଦେଶ୍ୟ ମୂଳକ ଭାବରେ ସମ୍ବିଧାନରୁ ଆଦିବାସୀ ମାନ୍ୟତା ହଟାଇ ଦିଆଗଲ। ପୁନଃ ଆଦିବାସୀ ମାନ୍ୟତା ପାଇଁ ଏହି ସଂପ୍ରଦାୟର ଲୋକେ ଦୀର୍ଘ ବର୍ଷ ଧରି ଦାବି ରଖି ଆସୁଛନ୍ତି । ତେବେ ଓଡିଶା ରେ କ୍ରାନ୍ତିକାରୀ ଯୁବ ନେତା ଜୈମୁନୀ ମହାନ୍ତଙ୍କ ନେତୃତ୍ବ ରେ କୁଡୁମୀ ସଂପ୍ରଦାୟର ଲୋକଙ୍କୁ ଏକାଠି କରି ୨୦୧୨ ଜୁନ ୩ ରେ ସ୍ବାଧୀନତା ସଂଗ୍ରାମୀ କାଳିଆ ମହାନ୍ତ ମାଟି ବେତନଟି ଠାରେ କୁଡୁମୀ ସେନା ଗଠନ କରି କୁଡୁମୀ ଲୋକ ଙ୍କ ର ସାମାଜିକ, ଅର୍ଥନୈତିକ, ଭାଷା, ସଂସ୍କୃତି ର ସୁରକ୍ଷା ଓ କୁଡୁମୀ ଜାତି କୁ ପୁନଃ ଆଦିବାସୀ ତାଲିକା ରେ ସାମିଲ କରିବା ପାଇଁ ୧୨ ବର୍ଷ ଧରି ଜିଲ୍ଲା,ରାଜ୍ୟ ତଥା ଜାତୀୟ ସ୍ତର ରେ ଆୟୋଜନ କରି ଆସୁଛନ୍ତି ।
ଆଜିର କୁଡୁମୀ ସେନା ଦିନରେ ବାମନଘାଟୀ କୁଡୁମୀ ସେନା ଦାବୀ ହାସଲ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରଖିବା ପାଇଁ ଦୃଢ ପ୍ରତିଜ୍ଞା କଲେ । ଏହି ସଭାରେ କୁଡୁମୀ ଛାତ୍ର ସେନା ସଭାପତି ବରୁଣ କୁମାର ମହାନ୍ତ,  କୁଡୁମୀ ସେନା ଉପଦେଷ୍ଟା ସୁବାଷ ଚନ୍ଦ୍ର ମହାନ୍ତ ତାଙ୍କ ଅଭିଭାଷଣରେ ଜାତିଭିତିକ ଜନଗଣନାରେ ଭାଷା କୁଡୁମାଲୀ, ଜାତି କୁଡୁମୀ, ଧର୍ମ ପ୍ରକୃତି ପୂଜକ ଲେଖିବା ପାଇଁ ଆହ୍ଵାନ ଦେଇଥିଲେ | ଅନ୍ୟ ମାନଙ୍କ ମଧ୍ୟ ରେ ମହିଳା ସେନା ସଭାନେତ୍ରୀ ସୁଜାତା ମହାନ୍ତ, ଉପସଭାପତି ସୁମନା ମହାନ୍ତ, ସୁକୁମାରୀ ମହାନ୍ତ,ସୁଚିସ୍ମିତା ମହାନ୍ତ କୁଡୁମୀ ସେନା ଲଢ଼ୁଆ କାର୍ଯ୍ୟକତା ଲକ୍ଷ୍ମୀଧର ମହାନ୍ତ, ରାଜା ମହାନ୍ତ, ଆନନ୍ଦ ମହାନ୍ତ, ତୁଳସୀ ମହାନ୍ତ, ସୁବାଷ ମହାନ୍ତ,ଚୈତନ୍ୟ ମହାନ୍ତ, ବନମାଳୀ ମହାନ୍ତ, ଚନ୍ଦ୍ରଭାନୁ ମହାନ୍ତ ପ୍ରମୁଖ ଙ୍କ ସମେତ ଅନ୍ୟାନ୍ୟ କୁଡ଼ମୀ ସେନା ସଦସ୍ୟ ମାନେ  ଯୋଗଦେଇଥିଲେ ।