IMG 20260531 WA0150

ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଉଦଯାପିତ 

ରାଜ୍ୟ
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଏବଂ ଜିଲ୍ଲା କ୍ରୀଡା ବିଭାଗ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ୩୦ ଦିନିଆ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରରେ ୮ରୁ ୧୬ ବର୍ଷ ବୟସର ୩୭ ଜଣ ବାଳକ ଓ ୫ ଜଣ ବାଳିକା ଯୋଗଦେଇଥିଲେ I ଫୁଟବଲ କୋଚ ଅବନୀ ମୋହନ ମହାନ୍ତି ଓ ଯବାମଣୀ ସୋରେନ ଏବଂ ଶାରୀରିକ ଦୃଢ଼ତା ପ୍ରଶିକ୍ଷକ ରବୀନ୍ଦ୍ର ହାଁସଦା, ଶାରୀରିକ ଶିକ୍ଷା କୋଚ ଶୁଭକାନ୍ତ ଦଳେଇ ଓ ନରେନ୍ଦ୍ର ମହାନ୍ତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ I
ସ୍ପୋର୍ଟସ ହଷ୍ଟେଲ ମେନେଜର ପ୍ରତାପ କୁମାର ସାହୁ ଓ ୱାର୍ଡେନ ମନୋଜ କୁମାର ମହାନ୍ତି, ଓ ସମସ୍ତ କର୍ମଚାରୀ ତଥା ଷ୍ଟାଡିୟମ ପଡିଆ ରକ୍ଷକ କ୍ଷେତ୍ର ମୋହନ ଧଳ ଶିବିର ପରିଚାଳନାରେ ସହଯୋଗ କରିଥିଲେ I ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଡଃ ସୁଭାଶିଷ ନାୟକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ଅଶୋକ ପଟ୍ଟନାୟକ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ବିଶିଷ୍ଟ ଫୁଟବଲ ଖେଳାଳି ନନ୍ଦଲାଲ ମହାପାତ୍ର ଓ ଉତ୍ତମ ସାହୁ ତଥା ବରିଷ୍ଠ କ୍ରୀଡ଼ାବିତ ବିଜୟ କୁମାର ଦାସ ( ମଣ୍ଟୁ ଦା ) ପ୍ରମୁଖ ଉପସ୍ଥିତ ରହି ଶିବିରାର୍ଥୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I