ARREST 1 300x157

ଥାନା ଭିତରେ ଗଣ୍ଡଗୋଳ, ୮ ଗିରଫ

ରାଜ୍ୟ

ବାରିପଦା : ଥାନା ପିରିସରରେ ଦୁଇ ଯୁବ ଗୋଷ୍ଠୀ ଙ୍କ ଭିତରେ ମାରପିଟ ଗଣ୍ଡୋଗୋଳ l ଏହିଭଳି ଏକ ଘଟଣା ଦେଖିବାକୁ ମିଳିଅଛି ବାରିପଦା ଟାଉନ ଥାନା ରେ l ଗତକାଲି ଲୁଲୁଙ୍ଗ କୁ ବାରିପଦା ସହରର ଭଞ୍ଜପୁର ଅଞ୍ଚଳର ଚାରିଜଣ ଯୁବକ ପିକନିକ କରିବାକୁ ଯାଇଥିଲେ l ସେଠାରେ ଗାଡି ପାର୍କିଙ୍ଗ କୁ ନେଇ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଡୁକୁରା ଅଞ୍ଚଳର କିଛି ଯୁବକଙ୍କ ସହିତ ଵଚସା ହୋଇଥିଲା l ଏହାପରେ ଭଞ୍ଜପୁର ରୁ ଯାଇଥିବା ଯୁବକମାନେ ନିଜ କାରରେ ସନ୍ଧ୍ୟାରେ ବାରିପଦା କୁ ଫେରୁଥିବା ସମୟରେ ଅନ୍ୟ ଯୁବକମାନେ ବାଇକରେ ତାଙ୍କ ପିଛାକରି ତାଙ୍କ କାରକୁ ଟେକା ପଥର ମାଡ଼ କରିଥିଲେ l ଏପରିକି ବାରିପଦା ଟାଉନ ଭିତରେ ମଧ୍ଯ କାରର ପିଛାକରିଥିଲେ l

ଶେଷରେ ଅନ୍ୟ ଉପାୟ ନପାଇ କାରଟିକୁ ଟାଉନ ଥାନା ଭିତରକୁ ପଶାଇ ଦେଇଥିଲେ l ଡୁକୁରା ଅଞ୍ଚଳର ଯୁବକମାନେ ପୋଲିସ ଉପସ୍ଥିତିରେ ଥାନା ପରିସରରେ ପଶି କାରକୁ ଭଙ୍ଗାରୁଜା କରିବା ସହ ଅନ୍ୟ ଚାରିଜଣ ଯୁବକଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ l ଯାହାକି ପୋଲିସ ର ପରିବା ପଣିଆ କୁ ପଦାରେ ପକାଇଛି l ପୋଲିସ କୁ ଖାତିର ନକରି ଥାନା ପରିସରରେ ଏହିଭଳି ଘଟଣା ଘଟାଇବା ଲୋକମାନଙ୍କୁ ଆଚମ୍ବିତ କରିଅଛି l ଏହି ଘଟଣାରେ ପୋଲିସ ଉଭୟ ପକ୍ଷରୁ ଦୁଇଗୋଟି ମାମଲା ରୁଜୁ କରିବା ସହ ଚାରିଜଣ ଙ୍କୁ ଅଟକ ରଖିଅଛି l ଗଣ୍ଡୋଗୋଳ କରି ଫେରାର ଥିବା ଅନ୍ୟ ଯୁବକ ମାନଙ୍କୁ ପୋଲିସ ସିସି ଟିଭି ଫୁଟେଜ କୁ ଆଧାର କରି ଧରିବା ପାଇଁ ଚେଷ୍ଟା ଚଳାଇଛି l