Thunder storm

କରାଳ ରୂପ ଦେଖାଇବ କାଳବୈଶାଖୀ ! କନ୍ଧମାଳ ଓ ଗଜପତିକୁ ରେଡ୍ ଓ୍ବାର୍ଣ୍ଣିଂ

ରାଜ୍ୟ

ଭୁବନେଶ୍ବର ୩୧।୫: ଆସୁଛି କାଳବୈଶାଖୀ । ପବନର ବେଗ ତୀବ୍ର ରହିବ, ଆଉ କୁଆ ପଥର ବର୍ଷା ହେବ । ଘଣ୍ଟା ପ୍ରତି ପବନର ବେଗ ୬୦-୭୦ କିଲୋମିଟର ଯାଏଁ ବହିବ । ଏଥିସହ କୁଆ ପଥର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏନେଇ ଉତ୍ତର ଓ ଦକ୍ଷିଣ ଓଡ଼ିଶା ପାଇଁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଓଡ଼ିଶା ଉପରେ ରହିଛି ଟ୍ରପ୍ ଲାଇନ୍ । ଯାହକି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ମୁହାଁ ହୋଇଯାଉଛି । ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଘଣ୍ଟାପ୍ରତି ପବନର ବେଗ ୬୦-୭୦ କିଲୋମିଟର ଯାଏଁ ବହିବା ସହ କୁଆପଥର ବର୍ଷା ମଧ୍ୟ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏନେଇ ଉତ୍ତର ଓ ଦକ୍ଷିଣ ଓଡ଼ିଶା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଶେଷ ପ୍ରଭାବିତ ହେବ କନ୍ଧମାଳ ଓ ଗଜପତି ଜିଲ୍ଲା ।
ସେହିଭଳି ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାରେ ମଧ୍ୟ କାଳବୈଶାଖୀ ପ୍ରକୋପ ରହିବ । ଘଣ୍ଟା ପ୍ରତି ପବନର ବେଗ ୫୦-୬୦ କିଲୋମିଟର ଯାଏଁ ରହିବ । ସେହିପରି ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବରରେ କୁଆପଥର ବର୍ଷା ହେବ । ଏନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ସେହିପରି ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ଜିଲ୍ଲା ଗୁଡ଼ିକ ହେଲା, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କୋରାପୁଟ, ମାଲକାନଗିରି, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା । ଆସନ୍ତା ୫ ତାରିଖ ଯାଏଁ କାଳବୈଶାଖୀ ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।
ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି, ବାୟୁମଣ୍ଡଳର ଉପରି ଭାଗରେ ଯଥେଷ୍ଟ ଜଳୀୟବାଷ୍ପ ନାହିଁ । ତେଣୁ ବିଶେଷ କାଳବୈଶାଖୀ ବର୍ଷା ସମ୍ଭାବନା କମ୍ । ଆସନ୍ତା ୭ ତାରିଖ ଯାଏଁ ତାପମାତ୍ରା ୪୦ ଭିତରେ ରହିବ ବୋଲି ଆକଳନ କରିଛନ୍ତି । ସେପଟେ ୨୦ ପୂର୍ବରୁ ମୌସମୀର ଆଗମନ ନାହିଁ ବୋଲି କହିଛନ୍ତି ।