1200 675 26796302 918 26796302

ଶିମିଳିପାଳରୁ ୩ ଶିକାରୀ ଗିରଫ

ରାଜ୍ୟ

ବାରିପଦା : ଶିମିଳିପାଳ ଅଭୟାରଣ୍ୟର ଠାକୁରମୁଣ୍ଡା ରେଞ୍ଜ ର ଚମ୍ପାଗଡା ବିଟ ହାଉସ ନିକଟରେ ଏକ ବୟସ୍କ ମାଇ ହାତୀର  ଅସୁସ୍ଥତା ଯୋଗୁଁ ମୃତ୍ୟୁ ଘଟିଥିଲା l   ବନବିଭାଗ ପକ୍ଷରୁ ଉକ୍ତ ମୃତ ହାତୀର ଶବ ବ୍ୟବଛେଦ କରାଯାଇ ହାତୀଟିର ଶବ କୁ ଅନ୍ୟ ପ୍ରାଣୀଙ୍କ ଖାଦ୍ୟ ଉଦେଶ୍ୟରେ ଜଙ୍ଗଲରେ ଛାଡି ଦିଆଯାଇଥିଲା l ଗତ 13 ତାରିଖ ଦିନ କିଛି ଶିକାରୀ ଉକ୍ତ ହାତୀଟିର ମୃତଦେହରୁ କିଛି ଅଂଶ କୁ କାଟି ନେଉଥିବାର ଦୃଶ୍ୟ ଶିମିଳିପାଳ ରେ ଲାଗିଥିବା ଏ ଆଇ କ୍ୟାମେରାରେ କଏଦ ହୋଇଥିଲା l

ଏହାକୁ ଆଧାରକରି ଶିମିଳିପାଳ ଅଭୟାରଣ୍ୟ ଡେପୁଟି ଡାଇରେକ୍ଟର (ଉତ୍ତର ) ରମେଶ କୁମାର ଙ୍କ ନିର୍ଦ୍ଧେଶକ୍ରମେ ଠାକୁରମୁଣ୍ଡା ଶିମିଳିପାଳ ବନ୍ୟପ୍ରାଣୀ ବନାଞ୍ଚଳ ରେଞ୍ଜ ଅଧିକାରୀ ଙ୍କ ସମେତ ବନ୍ୟକର୍ମଚାରୀମାନେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡା ପଞ୍ଚାୟତ ର ଜାମୁଡିହା ଏବଂ ହାତୀଗୋଡା ଗ୍ରାମରେ ଚଢ଼ାଉ କରି ତିନିଜଣ ଶିକାରୀ ଦାସମାତ ମୁର୍ମୁ, ଶଙ୍କର ମୁର୍ମୁ ଏବଂ ପାଣ୍ଡୁ ସୋରେନ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l ଏ ବାବଦରେ ଠାକୁରମୁଣ୍ଡା ଶିମିଳିପାଳ ବନ୍ୟପ୍ରାଣୀ ବନାଞ୍ଚଳ କେସ ନମ୍ବର 26/2026-27 ରେ ଏକ ମାମଲା ରୁଜୁ କରାଯାଇଅଛି l