Dead body 300x173 1 150x150

 ଅଂଶୁଘାତରେ ଟଳି ପଡିଲେ ସାଇକେଲ ଆରୋହୀ

ରାଜ୍ୟ
ବାରିପଦା  :  ଅଂଶୁଘାତରେ ଟଳି ପଡିଲେ ୪୮ ବର୍ଷୀୟ  ଭେଣ୍ଡିଆ ଯୁବକ   ।ଗତ ୪/୫ ଦିନ ହେଲା ୪୦ ଡିଗ୍ରୀରୁ ଉର୍ଦ୍ଧ୍ବ ତାପମାତ୍ରାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି  । ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଯୁବଗୋଷ୍ଠୀ ।ଵହଳଦା ଥାନା ଅନ୍ତର୍ଗତ ଅଁଳାଯୋଡି ପଞ୍ଚାୟତର ତିଖିଆ ଗ୍ରାମର ଯୁବକ ଛୁଟୁ ମୁଦି(୪୮) ମଙ୍ଗଳବାର ଦିନ ଉଦୁଉଦିଆ ଖରା ସମୟରେ ସାଇକେଲରେ ଘରର କାମ ପାଇଁ କାଶିପୁର ଗାଁକୁ ନିଜ ଶୂନ ଗାଡ଼ିରେ ଯାଉଥିବା ସମୟରେ ଏକ ନିଛାଟିଆ ସ୍ଥାନ ବିଲ ପାଖରେ ପ୍ରବଳ ଖରା ତାତି ସମ୍ଭାଳି ନପାରି ମୁଣ୍ଡ ବୁଲାଇ ଟଳି ପଡ଼ିଥିଲେ  ।
ସଂନ୍ଧ୍ଯା ପର୍ଯ୍ଯନ୍ତ ଘରର ଏକମାତ୍ର ରୋଜଗାରିଆ ଵ୍ଯକ୍ତି ଛୁଟୁ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କଲେ ।ଦେଖିଲେ ରାସ୍ତାକଡ଼ ବିଲ ପାଖରେରେ ଛୁଟୁର ମୃତଦେହ  ପଡ଼ିଛି ।ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ ।ଡାକ୍ତର ମୃତ ଘୋଷଣା କରିଥିଲେ ।ଵହଳଦା ଥାନା ପକ୍ଷରୁ ଏକ ଅପମୃତ୍ଯୁ ମାମଲା ରୁଜୁ କରାଯାଇ ଆଜି ଶବ ମାଇନା କରି ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଛି ।ଛୁଟୁ ଭାରି ଅମାୟିକ, ସେନାପତି ପରୋପକାରୀ ଯୁବକ ଥିଲା ।ତାହାର ଏହି ବୟସର ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।