Plus two

ଯୁକ୍ତ ଦୁଇ ପରୀକ୍ଷା ଫଳ: ମୟୁରଭଞ୍ଜ ଜିଲାରେ ପାସହାର 85.90 ପ୍ରତିଶତ

ରାଜ୍ୟ

ବାରିପଦା : ଆଜି ପୂର୍ବାହ୍ନରେ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ର ପରୀକ୍ଷା ଫଳ ପ୍ରକାଶିତ ହୋଇଅଛି l ଉତ୍ତରଓଡିଶା ଜୋନ ର ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲା ର କଳା, ବାଣିଜ୍ୟ, ବିଜ୍ଞାନ ର ପରୀକ୍ଷା ଫଳ ବାରିପଦା ଜୋନ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲାରେ କଳା ରେ ମୋଟ 12,432 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ 11,107 ଜଣ ପାସ କରଛିନ୍ତି l ପାସହାର 89.34 ପ୍ରିତିଶତ l ସେହିପରି ବାଣିଜ୍ୟ ରେ ମୋଟ 945 ଜଣ ପରୀକ୍ଷା ଦେଇଥିବାବେଳେ 865 ଜଣ ପାସ କରଛିନ୍ତି l ପାସହାର 91,53 ପ୍ରତିଶତ l ବିଜ୍ଞାନ ରେ ମୋଟ 8417 ଜଣ ପରୀକ୍ଷା ଦେଇଥିବାବେଳେ 8134 ଜଣ ପାସ କରିଛିନ୍ତି l ପାସହାର 96.63 ପ୍ରତିଶତ l ସେହିପରି ଭୋକେସନାଲରେ ମୋଟ 320 ଜଣ ପରୀକ୍ଷା ଦେଇଥିବାବେଳେ 298 ଜଣ ପାସ କରିଛନ୍ତି l

ଭଦ୍ରକ ଜିଲ୍ଲାରେ କଳାରେ ମୋଟ 8293 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ 7262 ଜଣ ପାସ କରିଛନ୍ତି l ପାସହାର 87.56 ପ୍ରତିଶତ l ସେହିପରି ବିଜ୍ଞାନରେ ମୋଟ  2835 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ 2650 ଜଣ ପାସ କରିଛନ୍ତି l ପାସହାର 93.47 ପ୍ରତିଶତ l ବାଣିଜ୍ୟରେ ମୋଟ 1184  ଜଣ ପୀରୀକ୍ଷାର୍ଥୀ ପୀରୀକ୍ଷା ଦେଇଥିବାବେଳେ 1045 ଜଣ ପାସ କରିଛନ୍ତି l ପାସହାର 88.26 ପ୍ରତିଶତ l ସେହିପରି ଭୋକେସନାଲରେ ମୋଟ 322 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ 288  ଜଣ ପାସ କରିଛନ୍ତି l କେନ୍ଦୁଝର ଜିଲ୍ଲାରେ କଳାରେ ମୋଟ10,269 ଜଣ ପୀରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ 8708 ଜଣ ପାସ କରିଛନ୍ତି l ପାସହାର 84.79 ପ୍ରତିଶତ l ବିଜ୍ଞାନ ରେ ମୋଟ 3671 ଜଣ ପରୀକ୍ଷା ଦେଇଥିବାବେଳେ 3013 ଜଣ ପାସ କରିଛନ୍ତି l ପାସହାର 82.07 ପ୍ରତିଶତ l ବାଣିଜ୍ୟରେ ମୋଟ 893 ଜଣ ପରୀକ୍ଷା ଦେଇଥିବାବେଳେ 737 ଜଣ ପାସ କରିଛନ୍ତି l ପାସହାର 82.53 ପ୍ରତିଶତ l ସେହିପରି ଭୋକେସନାଲରେ 317 ଜଣ ପରୀକ୍ଷା ଦେଇଥିବାବେଳେ 246 ଜଣ ପାସ କରିଛନ୍ତି l

ମୟୁରଭଞ୍ଜ ଜିଲାରେ କଳାରେ ମୋଟ15,553 ଜଣ ପରୀକ୍ଷା ଦେଇଥିବାବେଳେ 13,361 ଜଣ ପାସ କରିଛନ୍ତି l ପାସହାର 85.90 ପ୍ରତିଶିତ l ବିଜ୍ଞାନରେ ମୋଟ 6562 ଜଣ ପରୀକ୍ଷା ଦେଇଥିବାବେଳେ 5687 ଜଣ ପାସ କରିଛନ୍ତି l ପାସହାର 86.66 ପ୍ରତିଶତ l ବାଣିଜ୍ୟରେ ମୋଟ 834 ଜଣ ପରୀକ୍ଷା ଦେଇଥିବାବେଳେ 686  ଜଣ ପାସ କରିଛନ୍ତି l ପାସହାର 82.25 ପ୍ରତିଶତ l ସେହିପିରି ଭୋକେସନାଲରେ 509 ମୋଟ ଜଣ ପରୀକ୍ଷା ଦେଇଥିବାବେଳେ 404  ଜଣ ପାସ କରିଛନ୍ତି l