ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ତକତପୁର ବୈଷୟିକ ତାଲିମ ପ୍ରତିଷ୍ଠାନ ଆନୁକୂଲ୍ୟରେ ତଥା ଦୃଷ୍ଟି ସ୍ବେଛାସେବୀ ସଂଗଠନ, ଖୁଣ୍ଟା ର ସହଯୋଗରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଅତିଥି ଭାବେ ଯୋଗଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଓ ଜିଲ୍ଲା କୌଶଳ ବିକାଶ ଓ କର୍ମ ନିୟୋଜନ ଅଧିକାରୀ ଆଶିଷ କୁମାର ବସନ୍ତିଆ ଏହି ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I
ରେଡ଼କ୍ରସର ଆଜୀବନ ସଦସ୍ୟ ତଥା ନିୟମିତ ରକ୍ତଦାତା ଅମର କୁମାର ସେଠି ଓ ସୋମନାଥ ସିଂହ ତଥା ଦୃଷ୍ଟି ସଂଗଠନର ସଭାପତି ସନାତନ ପରିଡା, ସମ୍ପାଦକ ସୁଶାନ୍ତ ମହାନ୍ତି ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ I ପୂର୍ବଦିନ ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟରଂଜନ ନାୟକ ରକ୍ତଦାନର ଉପକାରିତା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇଥିବାରୁ ବହୁ ଛାତ୍ରଛାତ୍ରୀ ପ୍ରଥମ ଥର ପାଇଁ ରକ୍ତଦାନ କରି ବେଶ ଉତ୍ସାହିତ ଥିଲେ I ପ୍ରତିଷ୍ଠାନର ଅଧ୍ୟକ୍ଷ ଇ. କାନ୍ଦନ ମାଝୀ ଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ଅଧ୍ୟକ୍ଷଙ୍କ ସମେତ ମୋଟ ୧୨୪ ଜଣ ରକ୍ତଦାନ କରିଥିଲେ I ଓଡିଶା ରକ୍ତ କେନ୍ଦ୍ର, ବାରିପଦାର ମେଡିକାଲ ଅଫିସର ଡଃ ନୀଲେଶ ଦାସଙ୍କ ନେତୃତ୍ୱରେ ପାର୍ଥସାରଥୀ ମହାନ୍ତ, ଛବି ମହାନ୍ତ, ବବିତା ପଟ୍ଟାୟତ, ପ୍ରଫୁଲ୍ଲ ମାଝୀ, ଶମ୍ଭୁନାଥ ପଲେଇ, ସସ୍ମିତା ସିଂ ଓ ରାଜଲକ୍ଷ୍ମୀ ବେହେରା ରକ୍ତ ସଂଗ୍ରହ କରିଥିଲେ I
ପ୍ରତିଷ୍ଠାନର ସଞ୍ଜୟ ବାଗ, ସଂଜୀବ ଦାସ, ମଧୁସ୍ମିତା ସିଂବାବୁ, ଦେବସ୍ମିତା ପାତ୍ର, ବର୍ଷା ମାଝୀ, ଶୁଭେନ୍ଦୁ ସ୍ୱାଇଁ, ମନୋଜ କୁମାର ବେହେରା ତଥା ଦୃଷ୍ଟି ପରିବାରର ସ୍ବେଛାସେବୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ I ଶିବିରର ସଫଳତା ପାଇଁ ଅଧ୍ୟକ୍ଷ ଶ୍ରୀ ମାଝୀ ସମସ୍ତ ରକ୍ତଦାତା ତଥା ଦୃଷ୍ଟି ଅନୁଷ୍ଠାନର ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I
