Ev v

ଇଭି କରାଯିବ OSRTCର ସମସ୍ତ ବସ୍: ପରିବହନ ମନ୍ତ୍ରୀ

ରାଜ୍ୟ

ଭୁବନେଶ୍ୱର : OSRTCର ସମସ୍ତ ଗାଡିକୁ ଇଭି କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ଏହାସହ ରାଜ୍ୟରେ ଚାର୍ଜିଂ ଷ୍ଟେସନର ଅଭାବ ରହିବ ନାହିଁ । ଇଭି ଚାର୍ଜିଂ ଷ୍ଟେସନ କମ୍ପାନୀ ସହିତ ପ୍ରାଥମିକ ଆଲୋଚନା ଶେଷ ହୋଇଛି । ୧୦୦ଟି ଚାର୍ଜିଂ ଷ୍ଟେନସ ପାଇଁ ନିର୍ଦେଶ ଦିଆଯାଇଥିବାବେଳେ ୩୦ଟି ଶେଷ ହେଇଛି l ୧୫ ଟି ଷ୍ଟେସନ କେବଳ ଭୁବନେଶ୍ୱରରେ କରାଯିବ । ଇଭି ଗାଡିର ବ୍ରବହାର ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖମନ୍ତ୍ରୀଙ୍କ ଆଗ୍ରହ ଅଛି ।

ଇଭି ଗାଡିର ବ୍ୟବହାର ଦ୍ୱାରା ପରିବେଶ ସୁରକ୍ଷା ସହ ସଞ୍ଚୟ ବି ହେବ। ପ୍ରକୃତି ପରିବେଶ ସନ୍ତୁଳିତ ପାଇଁ ଇଭିର ବ୍ୟବହାର କରାଯିବ । ମୁଖ୍ୟମନ୍ତ୍ରୀ ତାଙ୍କ କାରକେଡ଼ ଅଧା କରିସାରିଛନ୍ତି । ମନ୍ତ୍ରୀମାନେ ମଧ୍ୟ ସମାନ ନୀତି ଆପଣାଇବେ । ଆଜିଠୁ ଇଭି ଗାଡିରେ ଯିବେ ବୋଲି କହିଛନ୍ତି ନିଜେ ପରିବହନ ମନ୍ତ୍ରୀ ।  ଆବଶ୍ୟକ ନ ଥିଲେ ବସରେ ଯିବେ ବୋଲି ମନ୍ତ୍ରୀ କହିଛନ୍ତି ।