ବାରିପଦା : ମୟୂରଭଞ୍ଜର କ୍ରୀଡ଼ା ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରି ବାରିପଦା ତକତପୁରସ୍ଥିତ ଆଇନ ମହାବିଦ୍ୟାଳୟ ପଡ଼ିଆରେ ଆଜି ଗ୍ରୀଷ୍ମକାଳୀନ ଖୋ-ଖୋ ପ୍ରଶିକ୍ଷଣ ଶିବିର -୨୦୨୬ ଉଦଘାଟିତ ହୋଇଯାଇଛି I ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ଯୋଗଦେଇଥିବା କ୍ରୀଡ଼ାବିତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା I ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାରିପଦା ବି.ଡି.ଓ ଦେବେନ୍ଦ୍ର ପ୍ରସାଦ ବଳ ଏହି ଶିବିରର ଉଦଘାଟନ କରିବା ସହ ଖେଳାଳି ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ସମ୍ମାନିତ ଅତିଥି ଭାବେ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ କୁମାର ତରେଇ, ଭକ୍ତବନ୍ଧୁ ସୋରେନ, ଏକାଡେମୀର ଉପଦେଷ୍ଟା ସୋମନାଥ ସିଂହ ତଥା ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I
ଉଚ୍ଚକୋଟୀର ପ୍ରଶିକ୍ଷଣ ଦେବା ପାଇଁ ଆନ୍ତର୍ଜାତୀୟ ଖୋ-ଖୋ ଖେଳାଳି ଅର୍ଜୁନ ସିଂ, ଘାସିରାମ ମାଝୀ ଏବଂ କ୍ଷିରୋଦ ହେମ୍ବ୍ରମ ପ୍ରଶିକ୍ଷକ ଭାବେ ନିୟୋଜିତ ହୋଇଛନ୍ତି I ଅତିଥିଗଣଙ୍କ ସମ୍ମୁଖରେ ପିଲାମାନେ ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ I ଏହି ଅବସରରେ ଏକାଡେମୀର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ I ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ଏହି ଶିବିରରେ ୪୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି ବୋଲି ମୁଖ୍ୟ ଆୟୋଜକ ଶ୍ରୀ ଦାସ ଜଣାଇଛନ୍ତି I ଏହି ଶିବିର ମୟୂରଭଞ୍ଜର ଲୁକ୍କାୟିତ କ୍ରୀଡ଼ା ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିପାରିବ ବୋଲି ଅତିଥିଗଣ ପ୍ରକାଶ କରିଥିଲେ I ଏକାଡେମୀର ନିଜସ୍ୱ ପଡିଆ ନଥିବାରୁ ରଗଵୀ ଖେଳିବା ଓ ଏବେ ଖୋ – ଖୋ ଶିବିର ପାଇଁ ପଡିଆ ଯୋଗାଇ ଦେଇଥିବାରୁ ଏକାଡେମୀ ତରଫରୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା I
