ବାରିପଦା : ସ୍ଥାନୀୟ ଢିପାସାହି ସ୍ଥିତ ମହାରଣା ପ୍ରେମ କୁମାରୀ ସ୍କୁଲ ଏଣ୍ଡ କଲେଜ ଅଫ ନର୍ସିଙ୍ଗ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ନର୍ସିଙ୍ଗ ଦିବସ ଉପଲକ୍ଷେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ପ୍ରତିଷ୍ଠାତା ଅବୋଧ କୁମାର ଧରମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଶିବିରକୁ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଓ ସମ୍ମାନିତ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡଃ ଶଶୀକାନ୍ତ ସେଠି ଓ ଓଡିଶା ରକ୍ତ କେନ୍ଦ୍ର, ବାରିପଦାର ମେଡିକାଲ ଅଫିସର ଡଃ ନୀଲେଶ ଦାସ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I
ଅନ୍ୟ ମାନଙ୍କ ମଧ୍ୟରେ କଲେଜର ଅଧ୍ୟକ୍ଷା ଅନନ୍ୟା ହାତୀଙ୍କ ସମେତ ସସ୍ମିତା ବେରା, ମଧୁସ୍ମିତା ପଣ୍ଡା, ବିଷ୍ନୁପ୍ରିୟା କର, ପଦ୍ମାଳୟା ସାହୁ, ଶର୍ମିଷ୍ଠା ପାତ୍ର, ଲିପ୍ସା ପ୍ରିୟଦର୍ଶିନୀ ଟୁଡୁ, ମନାଲି ଦତ୍ତ, ଭାଗ୍ୟଶ୍ରୀ ନାୟକ, ପରମା ରୟ, ପୁଷ୍ପିତା ପୁଷ୍ପାଞ୍ଜଳି ମହାନ୍ତ, ସ୍ଵୟଂପ୍ରଭା ମହାକୁଡ଼, ତିଳତ୍ତମା ମୁର୍ମୁ, ପାର୍ବତୀ ମୁର୍ମୁ, ଅମ୍ରିତା ମିଶ୍ର, ଶୁଭ୍ରା ସାମନ୍ତ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I ଏହି ଶିବିରରେ ୩୪ ଜଣ ଛାତ୍ରଛାତ୍ରୀ ଉତ୍ସାହର ସହିତ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ I ସ୍ୱତନ୍ତ୍ର ଅତିଥି ଭାବେ ସମାଜସେବୀ ଅମର କୁମାର ସେଠି ଓ ସୋମନାଥ ସିଂହ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ଗାୟତ୍ରୀ ସାହୁ, ଶୁଚିସ୍ମିତା ଆଚାର୍ଯ୍ୟ, ସତ୍ୟରଞ୍ଜନ ପାସା, ସଂଗ୍ରାମ ବେହେରା, ସତ୍ୟଜିତ ନାୟକ ଶିବିର ପରିଚାଳନାରେ ସହଯୋଗ କରିଥିଲେ I
