IMG 20260504 WA0203

ମାଟ୍ରିକରେ ସର୍ବୋଚ୍ଚ ନମ୍ବର ରଖି ମୟୁରଭଞ୍ଜ ଜିଲ୍ଲାକୁ ଗର୍ବିତ କରିଛନ୍ତି ପାର୍ଥ ସାରଥୀ

ରାଜ୍ୟ
ବାରିପଦା : ସମାଜରେ ଗୁରୁ-ଶିଷ୍ୟ ପରମ୍ପରା କେବେ ଆରମ୍ଭ ହୋଇଥିଲା ତାହା କହିବା କଷ୍ଟକର, କିନ୍ତୁ ଏହି ପରମ୍ପରା ଆଜି ମଧ୍ୟ ସମାଜରେ ଜୀବନ୍ତ ରହିଛି ବୋଲି ବାରିପଦାରେ  ଏକ ଉଦାହରଣରୁ ଏହା  ପ୍ରମାଣ କରିଛି। ଏଠାରେ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଗଢ଼ିଉଠିଥିବା ଅଟୁଟ ସମ୍ପର୍କ ଆଜି ମୟୁରଭଞ୍ଜ ଜିଲ୍ଲାକୁ ଗର୍ବିତ କରିଛି।ପାର୍ଥ ସାରଥୀ ମହାନ୍ତ ତାଙ୍କ ଅଦମ୍ୟ ପରିଶ୍ରମ ଓ ଅଧ୍ୟବସାୟରେ ୯୮% ଅର୍ଥାତ ୫୮୮ ନମ୍ବର ରଖି ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି। ତାଙ୍କ ସଫଳତା ପଛରେ ପିତା ଗଣେଶ୍ୱର ମହାନ୍ତ ଓ ମାତା ସାବିତ୍ରୀ ମହାନ୍ତଙ୍କ ନିଷ୍କାମ ପରିଶ୍ରମ ଓ ଶିକ୍ଷା ପ୍ରତି ଅଦମ୍ୟ ସମର୍ପଣ ରହିଛି।ପାର୍ଥ ସଦା ବିଦ୍ୟା ଅଧ୍ୟୟନରେ ନିମଗ୍ନ ରହିଥିଲେ ଏବଂ ତାଙ୍କ ପାଇଁ ଗୁରୁଜୀ ଓ ଗୁରୁମାମାନେ ଭଗବାନ ସମାନ। ବିଶେଷ କରି ଗୁରୁ ଧନଞ୍ଜୟ ସାହୁ ତାଙ୍କ ପ୍ରେରଣାର ମୂଳ ସ୍ରୋତ ଥିଲେ। ଧନଞ୍ଜୟ ସାହୁ ଗରିବ ଓ ଅସହାୟ ପିଲାମାନଙ୍କୁ ନିଜ ପାଖରେ ରଖି ଶିକ୍ଷା ଦେବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ି ତୋଳିବାରେ ସଦା ଚେଷ୍ଟାଶୀଳ ରହିଛନ୍ତି।
ଏହି ସଫଳତା କେବଳ ପାର୍ଥ ପର୍ଯ୍ୟନ୍ତ ସୀମିତ ନୁହେଁ। ଜାଗୃତି ମିଶ୍ର ୯୩% ଅର୍ଥାତ ୫୫୫ ନମ୍ବର ରଖି ପରିବାର ଓ ଜିଲ୍ଲାର ନାମ ଉଜ୍ଜ୍ୱଳ କରିଛନ୍ତି। ସେପରି ସାଇ ଶଙ୍କର ମହାନ୍ତି ୯୧% ତଥା ୫୪୨ ନମ୍ବର ରଖି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏହା ପାଇଁ ତାଙ୍କର ପିତାମାତାମାନେ ଗର୍ବ ଅନୁଭବ କରୁଛନ୍ତି।ଏହି ସଫଳତା ପଛରେ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କର ମଧ୍ୟ ବୃହତ୍ ଅବଦାନ ରହିଛି। ବେଶ୍ଵନ୍ଦୁ କୁମାର ଦାସ, ରାଜୀବ କୁମାର ଗାନ୍ଧୀ, ଲଳିତ କୁମାର ଷଡ଼ଙ୍ଗୀ, କ୍ରିଷ୍ଣା ସାମଲ, ଶରତ ଚନ୍ଦ୍ର ସାହୁ, ଦୀପ ମହାପାତ୍ର, ଦିବାକର ସାହୁ, ସୁଦର୍ଶନ ସେନାପତି, ଉତ୍ତମ କୁମାର ଦତ୍ତ, ପୂନମ ବାରିକ ଆଦି ସମସ୍ତ ଶିକ୍ଷକ ମିଳି ଛାତ୍ରଛାତ୍ରୀଙ୍କୁ ଉଚ୍ଚ ସ୍ଥାନରେ ପହଞ୍ଚାଇବାରେ ଲାଗିପଡ଼ିଥିଲେ ।ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଶ୍ରେଷ୍ଠ ଶିଷ୍ୟରେ ପରିଣତ କରି ତାଙ୍କୁ ଜୀବନରେ ଉଚ୍ଚ ସ୍ଥାନରେ ପହଞ୍ଚାଇବା। ଆଜି ଏହି ଗୁରୁ-ଶିଷ୍ୟ ସମ୍ପର୍କ ନ କେବଳ ବାରିପଦା କାହିଁକି ବରଂ ସମଗ୍ର ମୟୁରଭଞ୍ଜ ଜିଲ୍ଲା ପାଇଁ ଗର୍ବର ବିଷୟ ହୋଇପାରିଛି।