ବାରିପଦା : ଆଜି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଭିନ୍ନ ଭିନ୍ନ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଛଅ ଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଅଛି l ଉକ୍ତ ଥାନା ଅନ୍ତର୍ଗତ 220 ନମ୍ବର ଜାତୀୟ ରାଜପଥ ର କାଳିକାପୁର ଜଙ୍ଗଲ ନିକଟସ୍ଥ ବାଉନଶାଳ ଠାରେ ଏକ ବାଇକ କୁ ସ୍କୋର୍ପିଓ ଦ୍ରୁତ ଗତିରେ ଆସି ମୁହାଁ ମୁଁହିଁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକରେ ଥିବା ଦମ୍ପତି ଙ୍କୁ ମୃତ୍ୟୁ ଘଟିଅଛି l
ମୃତକ ଦମ୍ପତି ହେଲେ ଯଶିପୁର ଥାନା ଅନ୍ତର୍ଗତ ପାଣ୍ଠ ଅଞ୍ଚଳର ଶଙ୍କର ନାୟକ ଏବଂ କବିତା ନାୟକ l ଉଭୟ କରଞ୍ଜିଆ ହସ୍ପିଟାଲ ରୁ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ର ଶୀକାର ହୋଇଥିଲେ l ସେହିଭଳି ସ୍କୋର୍ପିଓ ରେ ଥିବା ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି l ଅନ୍ୟପଟେ ଉକ୍ତ ଥାନା ଅନ୍ତର୍ଗତ କାଦଡିହା ଠାରେ ଏକ ବାଇକ କୁ ଯାତ୍ରୀବାହୀ ବସ ପିଟିବାରୁ ଘଟଣା ସ୍ଥଳରେ ବାଇକ ରେ ଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଅଛି l ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି l ଉଭୟ ଘଟଣା ସ୍ଥଳରେ ପୋଲିସ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ କରଞ୍ଜିଆ ମେଡିକାଲକୁ ପଠାଇଛନ୍ତି l ପୋଲିସ ମୃତକଙ୍କ ଶବ କୁ ଜବତ କରିବା ସହ ଅଧିକ ତଦନ୍ତ ଜାରିରଖିଅଛି l
