IMG 20260426 WA0168

‘ବାରିପଦା ଏକ୍ସପୋ-୨୦୨୬’ ଉଦଘାଟିତ

ରାଜ୍ୟ
ବାରିପଦା : ସଂସ୍କୃତି, ବାଣିଜ୍ୟ ଓ ସମୁଦାୟକୁ ଏକତ୍ର କରିବା ଉଦ୍ଦେଶ୍ୟରେ ବାରିପଦା କଲେଜ ପଡିଆରେ ‘ବାରିପଦା ଏକ୍ସପୋ-୨୦୨୬’ ଉଦଘାଟିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ,  ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାମ୍ବାଦିକ ତଥା ସାମ୍ବାଦିକ କବି ବିଷ୍ଣୁ ଶତପଥୀ, ସମ୍ମାନିତ ଅତିଥି ଭାବେ ବାର ଆସୋସିଏସନର ସଭାପତି ଜ୍ୟୋତି ପ୍ରକାଶ ରଥ, ସମ୍ପାଦକ ବିପ୍ଳବ କୁମାର ବାରିକ, ୧ ନମ୍ବର ୱାର୍ଡ କାଉନସିଲର ସୁକେଶିନୀ ସେଠୀ,  ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ I
ସମାଜସେବୀ ସୋମନାଥ ସିଂହ ଏବଂ ଶିକ୍ଷକ ଗୌତମ ଦାସ ମଞ୍ଚ ପରିଚାଳନା କରିଥିଲେ I ଏହି ମେଗା ଏକ୍ସପୋ ମାଧ୍ୟମରେ ବାରିପଦା ସହିତ ଜିଲ୍ଲା ତଥା ଜିଲ୍ଲା ବାହାରର କଳା, ସଂସ୍କୃତି, କ୍ଷୁଦ୍ର ଶିଳ୍ପ ଓ ବ୍ୟବସାୟକୁ ଏକ ନୂଆ ପରିଚୟ ପ୍ରଦାନ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜନ କମିଟି ମୁଖ୍ୟ ସଞ୍ଜୟ ସାହୁ  ପ୍ରକାଶ କରିଛନ୍ତି I ଆଗାମି ମେ ମାସ ୫ ତାରିଖ ପର୍ଯ୍ୟନ୍ତ ମୋଟ ୧୦ ଦିନଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ପ୍ରକାରର ପ୍ରାୟ ୬୦ ଟି ଷ୍ଟଲ ପ୍ରଦର୍ଶିତ ହୋଇଥିବା ବେଳେ ମିନା ବଜାର ଓ କୁନିକୁନି ପିଲାଙ୍କ ପାଇଁ ଦୋଳିଝୁଲା ସହ ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି ଅନ୍ୟତମ ଆୟୋଜକ ଗୌତମ ରାୟ ଜଣାଇଛନ୍ତି I