ବାରିପଦା : ବାଲେଶ୍ୱର ପୋଲିସ ପଡିଆରେ ଅନୁଷ୍ଠିତ ୭୮ ତମ ରାଜ୍ୟସ୍ତରୀୟ ଭଲିବଲ ଚମ୍ପିୟାନସିପରେ ମୟୁରଭଞ୍ଜ ପୋଲିସ ଦଳ ଚମ୍ପିୟାନ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛି I ଏହି ଚମ୍ପିୟାନସିପରେ ୨୮ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚରେ ମୟୁରଭଞ୍ଜ ଦଳ ବାଲେଶ୍ୱରକୁ ୩ – ୦ ସେଟରେ ପରାସ୍ତ କରି ଚମ୍ପିୟାନ ହୋଇଛି I କ୍ୱାଟର ଫାଇନାଲରେ ପୁରୀକୁ ୩-୦ ସେଟରେ ଓ ସେମିଫାଇନଲ ମ୍ୟାଚରେ କମିଶନେରଟ, ଭୁବନେଶ୍ୱରକୁ ୩-୨ ସେଟରେ ପରାସ୍ତ କରି ମୟୁରଭଞ୍ଜ ଫାଇନାଲରେ ପ୍ରବେଶ କରିଥିଲା I ଚମ୍ପିୟାନ ଦଳ ଭାବେ ଦଳକୁ ୩୦ ହଜାର ଓ ଟ୍ରଫି ପ୍ରଦାନ କରାଯାଇଥିଲା I ଶ୍ରେଷ୍ଠ ଖେଳାଳି ଭାବେ ଅଧିନାୟକ ଲକ୍ଷ୍ମୀନାରାୟଣ ସାହୁ, ଫାଇନାଲରେ, ଅଞ୍ଜନ ବେହେରା, ମିଲୁ ମହାନ୍ତ, ବିକାଶ ଗିରି, ଚନ୍ଦ୍ରବିନ୍ଦୁ ସେଠି ଓ ଜଗତଜୀବନ ସେଠି ପୁରସ୍କୃତ ହୋଇଥିଲେ I
ଖବର ପାଇ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ ଦଳକୁ ନିଜ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଛନ୍ତି I ତତସହିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଜୟ ବାରିକ, ଦୀପକ ଗୋଛାୟତ, ସବିତା ମାଝୀ, ଗୌତମ କିସାନ, ଏସ ଡି ପି ଓ ପ୍ରଭାତ ମଲ୍ଲିକ, ଆର ଆଇ, ପୋଲିସ ଆଲୋକ କୁମାର କାନୁନଗୋ, ସର୍ଜଣ୍ଟ ଗୌତମ ପ୍ରଧାନ ପ୍ରମୁଖ ଖେଳାଳି ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଏନ ଆଇ ଏସ କୋଚ ମନୋରଞ୍ଜନ ଜୀଉ, ବରିଷ୍ଠ କ୍ରୀଡ଼ାବିତ ଭାନୁପ୍ରତାପ ଭଞ୍ଜଦେଓ, ଦୀପକ କୁମାର ମୁଣ୍ଡା, ମୟୁରଭଞ୍ଜ ପୋଲିସ ସଙ୍ଘ ସଭାପତି ବିକାଶ କୁମାର ବାରିକ , ସମ୍ପାଦକ ସ୍ୱରାଜ କୁମାର ରାଜ, ଟିମ ମ୍ୟାନେଜର କେ ବିଶ୍ୱନାଥ ରାଓ ଓ କୋଚ ରାଜେଶ ଦାସ, ପୂର୍ବତନ ଖେଳାଳି ଚନ୍ଦ୍ରମୋହନ ଦଳେଇ, ଅନିଲ କୁମାର ସେଠି ଓ ରାଜେନ୍ଦ୍ର ନାଥ ନାଏକ ଦଳର ସଫଳତା ପାଇଁ ଖେଳାଳି ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି I
