Bengal tiger 2024 05 33405306918be2efff88622a05becf60

ଶିମିଳିପାଳରେ ରୟାଲ ବେଙ୍ଗଲ ବାଘ ଠାବ

ରାଜ୍ୟ

ବାରିପଦା : ଶିମିଳିପାଳ ଇତିହାସରେ ପୁଣି ଯୋଡିଲା ଆଉ ଏକ ନୂଆ ଫର୍ଦ l ଆଜି ବନକର୍ମଚାରୀ ଙ୍କ ପକ୍ଷରୁ ଶିମିଳିପାଳ ର କୋର ଏରିଆରେ ଲଗାଯାଇଥିବା କ୍ୟାମେରା ଆଧାରରେ ବାଘ ଗଣନା କରାଯାଉଥିବା ବେଳେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା l ଏକ ନୂଆ ଅତିଥି ହୋଇ ବାହାର ରାଜ୍ୟ ରୁ ଶିମିଳିପାଳ କୁ ଆସିଥିବା ଏକ ରୟାଲ ବେଙ୍ଗଲ ଟାଇଗର ର ଫୋଟୋ କ୍ୟାମେରାରେ କଏଦ ହୋଇଥିଲା l ଏ ଖୁସିର ଖବର ଶିମିଳିପାଳ ପ୍ରେମୀ ଙ୍କୁ ଆଚମ୍ବିତ କରିଅଛି l ଶିମିଳିପାଳ ର ଅନୁକୂଳ ପରିବେଶ ପାଇଁ ବାଘ ଟି ଅନେକ ଦୂରରୁ ଚାଲି ଚାଲି ଆସି ଏଠାରେ ପହଂଚିଥିବାର ବିନବିଭାଗ ପକ୍ଷରୁ ଅନୁମାନ କରାଯାଉଅଛି l

ଏ ବିଷୟରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଆଜି ରବିବାର ବାଘ ଗଣନା ପାଇଁ ଲାଗିଥିବା କ୍ୟାମେରା ଆପଟୁଡେଟ  କରାଯିବାରୁ ଏ କଥା ଜଣା ପଡିଲା l ବାଘଟି ହୁଏତ ଗତ ନଭେମ୍ବର କିମ୍ବା ଡିସେମ୍ବର ମାସରେ ଶିମିଳିପାଳ ରେ ପ୍ରବେଶ କରିଥାଇପାରେ ବୋଲି ଅନୁମାନ କରାଯାଉଅଛି l ତେବେ କତେ କିଲୋମିଟର ଚାଲି ଚାଲି ଆସିଛି ତାହା ସଠିକ ଜଣାପଡିନାହିଁ l ବାଘଟି ଛତିଶଗଡ଼ ରୁ ସୁନ୍ଦରଗଡ଼, ଦେବଗଡ଼, ବଣାଇ ଦେଇ ଶିମିଳିପାଳ ରେ ପ୍ରବେଶ କରିଥିବାର ଅନୁମାନ କରାଯାଉଅଛି l ଅନ୍ୟପଟେ ବାଘଟି ମହାରାଷ୍ଟ୍ର ଜଙ୍ଗଲ ରୁ ଆସିଥିବାର କୁହାଯାଉଅଛି l

ତେବେ ବାଘଟି ବର୍ତ୍ତମାନ ଶିମିଳିପାଳ ର କୋର ଏରିଆରେ ଥିବାର ଅନୁମାନ କରାଯାଉଅଛି l ବାଘଟିର ବୟସ ପାଖା ପାଖି ଚାରି ରୁ ପାଞ୍ଚ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ଆକଳନ କରାଯାଇଅଛି l ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ମଧ୍ଯ ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟାରେ ଏହାକୁ ନେଇ ଖୁସି ପ୍ରକଟ କରିଛନ୍ତି l ଶିମିଳିପାଳ ର ଅନୁକୂଳ ବାତାବରଣ ପାଇଁ ଅନ୍ୟ ରାଜ୍ୟରୁ ବାଘ ଏଠାକୁ ଆସିଅଛି ବୋଲି କହିଛନ୍ତି l