ଜିଲ୍ଲାସ୍ତରୀୟ  ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ରାଜ୍ୟ
ବାରିପଦା :  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବାରିପଦାସ୍ଥିତ ସଭା ଗୃହରେ ଜିଲ୍ଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ (ଭି ବି ଡି) ଡା. ବିଜୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାର ଆଲୋଚନା କାଳରେ ଡା. ଦାସ ସମସ୍ତ ଜ୍ୱର ରୋଗୀଙ୍କୁ ସଠିକ ସମୟରେ ରକ୍ତ ପରୀକ୍ଷା କରିବା, ନିତି ମଶାରୀ ଟାଙ୍ଗି ଶୋଇବା ଆଦି ବିଷୟ ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଘରକୁ ଘର ବୁଲି ଜ୍ଵର  ରୋଗୀଙ୍କ ମ୍ୟାଲେରିଆ ରକ୍ତ ପରୀକ୍ଷା, ଏବଂ ମ୍ୟାଲେରିଆ ଚିହ୍ନଟ ହେଲେ ସମ୍ପର୍ଣ୍ଣ ଚିକିତ୍ସା କରିବାକୁ ପଦକ୍ଷେପ ନେବା ସହ ସଠିକ ଭାବରେ କୀଟନାଶକ ସିଞ୍ଚନ କରିବା ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ (ଦମନ) କାର୍ଯ୍ୟକ୍ରମକୁ ଭଲ ଭାବରେ ରୂପାୟନ କରିବା ଆଦି ବିଷୟ ଉପରେ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଶ୍ୱ ମ୍ୟାଲେରିଆ ଦିବସର ଶପଥ ପାଠ ହୋଇଥିଲା ।
                 ଉକ୍ତ ସଭାରେ ଏଏନ୍ଏମ୍ ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ରୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଭେକ୍ଟୋର ବାହିତ ରୋଗ ପରାମର୍ଶଦାତା ଶ୍ରୀ ତପନ କୁମାର ସାହୁ ଜିଲା ଜନ ସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧନୁରାମ ମୁର୍ମୁ, ସହକାରୀ ଜିଲ୍ଲା ଯୋଗାଯୋଗ ଅଧିକାରୀ ଗଣେଶ୍ୱର ମହାନ୍ତି, ଗୋପବନ୍ଧୁ ଗିରି (ଏଫ ଏଲ ଏ ), ଏଏନଏମଟିସି ଟ୍ୟୁଟର୍ ଅନିତା ଦାସ ,ଫାଇଲେରିଆ ପରିଦର୍ଶକ ଦୁର୍ଗା ପ୍ରସାଦ ଦାସ ଏବଂ ବଳରାମ ବେହେରା ସକ୍ରିୟ ଭାବରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।