IMG 20260419 WA0163

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ ଚିତ୍ରାଙ୍କନ ପ୍ରତିଯୋଗିତା

ରାଜ୍ୟ
-ବାରିପଦା : ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ‘ବାସ୍ତବ’ ପରିବାର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି I ନର୍ସରୀ ରୁ ୧୦ମ ଶ୍ରେଣୀର ୩ ଶହ ଛାତ୍ରଛାତ୍ରୀଙ୍କୁ ନେଇ ଚାରୋଟି ବିଭାଗ ମାଧ୍ୟମରେ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା I ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଭିତରେ ଅନେକ ସଂଖ୍ୟାରେ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିବା ପରିଲକ୍ଷିତ ହୋଇଥିଲା I ବାସ୍ତବ ଅନୁଷ୍ଠାନ ସମାଜରେ ବିଭିନ୍ନ କ୍ଷେତ୍ରରେ ଯଥା ସ୍ବାସ୍ଥ୍ୟସେବା, ପରିବେଶ ସନ୍ତୁଳନ, ସ୍କୁଲ ସ୍ତରରେ ପିଲାମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ପିଲାମାନଙ୍କ ବୌଦ୍ଧିକ ବିକାଶ ପାଇଁ ଚିତ୍ରାଙ୍କନ, ସ୍ବଲିଖିତ କବିତାଆବୃତ୍ତି ,
ବିଦ୍ୟାଳୟମାନଙ୍କୁ ପୁସ୍ତକ ଦାନ ତଥା ସୁନନ୍ଦନ ବୃତ୍ତି ଯୋଜନା ମାଧ୍ୟମରେ ମ୍ୟାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ଵର ରଖିଥିବା ପିଲାଙ୍କୁ ଆର୍ଥିକ ଅନୁଦାନ ଭଳି  ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରି ସମାଜରେ  ଉଦାହରଣ ସୃଷ୍ଟି କରି ପାରିଛି I
ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସମାଜସେବୀ କାଶୀନାଥ ରଣା ଏହି ପ୍ରତିଯୋଗିତାକୁ ଉଦଘାଟନ କରିବା ସହ ପିଲାମାନଙ୍କୁ ପ୍ରମାଣ ପତ୍ର ଏବଂ ମେଡାଲ ପ୍ରଦାନ କରି ଉତ୍ସାହିତ କରିଥିଲେ I ଅମରେଶ ବାସୁରୀ, ମହେନ୍ଦ୍ର ନାଥ ଦଣ୍ଡପାଟ, ନରସିଂହ ବାରିକ ପ୍ରମୁଖ ସଂସ୍ଥାର ବରିଷ୍ଠ ସଦସ୍ୟ ତଥା ପ୍ରଖ୍ୟାତ ଚିତ୍ରଶିଳ୍ପୀ ସୌର ବିହାରୀ ଦାସଙ୍କ ତତ୍ବାବଧାନରେ ସମସ୍ତ ପ୍ରତିଯୋଗୀଙ୍କ କଳାକୃତିକୁ ଆକଳନ କରିଥିଲେ I ଏହି ପ୍ରତିଯୋଗିତାର ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନର ସୁନନ୍ଦନ ବୃତ୍ତି ଯୋଜନାର ସମ୍ବର୍ଦ୍ଧନା ସଭାରେ ପୁରସ୍କୃତ କରାଯିବ ବୋଲି ସଂସ୍ଥାର ସମ୍ପାଦକ ଅରୁଣ ପାତ୍ର ପ୍ରକାଶ କରିଥିଲେ I ସଭାପତି ଶାନ୍ତନୁ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଦସ୍ୟ ପ୍ରଦୀପ ପାଣିଗ୍ରାହୀ, ପ୍ରଦୀପ କିଶୋର ମହାନ୍ତି, ସର୍ବୋତୋଷ ଦାଶ, ନନ୍ଦଲାଲ ମିଶ୍ର, ଚକ୍ରଧର ମହାପାତ୍ର, ସୁଧାଂଶୁ ଚକ୍ର, ମାନସ ଦାଶ, ତପନ ପଟ୍ଟନାୟକ, ଜୟନ୍ତ ସେନାପତି, କାମିନୀ କାନ୍ତ ମାଲାକାର, ଶମ୍ଭୁଦୟାଲ ଖଣ୍ଡେଲଓ୍ବାଲ, ବିନୋଦ ସାହୁ ,ଗଣେଶ ମହାପାତ୍ର, ଦେବାନନ୍ଦ ଜେନା, ଅଶ୍ବିନୀ ବ୍ରହ୍ମା, ରଞ୍ଜନ ଗଡ଼ନାୟକ, ଅନୀଲ ପଣ୍ଡା, ବଳରାମ ଭଦ୍ର, ସଂଜୀବ ପଟ୍ଟନାୟକ ତଥା ସମାଜସେବୀ ଅମର କୁମାର ସେଠି ଓ ସୋମନାଥ ସିଂହ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I