IMG 20260409 WA0178

ମାଦଳ ମହୁରୀ ଉତ୍ସବର ୨ୟ ସନ୍ଧ୍ୟା : ନାଟକ “ଗ୍ରେଟ ନୁଙ୍ଗୁରା” ଓ “ମିଛୁଆ ରାଧୁଆ” ମଞ୍ଚସ୍ଥ 

ରାଜ୍ୟ
ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଦୁର୍ଯ୍ୟ – ସରସ୍ବତୀ ସାଂସ୍କୃତିକ ପରିଷଦ ଓ ସୌଖିନ କଳାକାର କ୍ଲବ ଆନୁକୂଲ୍ୟରେ ଆୟୋଜିତ ୩ ଦିନିଆ ମାଦଳ ମହୁରୀ ଉତ୍ସବ – ୨୦୨୬ ର ୨ୟ ସନ୍ଧ୍ୟାରେ କ୍ଷୀରୋଦ ବିହାରୀ ସିଟଙ୍କ ରଚିତ ଦୁଇଟି ନାଟକ ମଞ୍ଚସ୍ଥ ହୋଇଯାଇଛି I ଜ୍ଞାନ ପଣ୍ଡାଙ୍କ ନିର୍ଦ୍ଦେଶିତ ନାଟକ “ଗ୍ରେଟ ନୁଙ୍ଗୁରା” ରେ ଜ୍ଞାନ ପଣ୍ଡା, ଜଗଦୀଶ, ନିକିତା ଅଭିନୟ କରିଥିବା ବେଳେ ମହେଶ ସାହୁ ( ତପୁବାବା ) ଙ୍କ ନିର୍ଦ୍ଦେଶିତ ନାଟକରେ ରବୀନ୍ଦ୍ର ନାଥ ସିଂ, ଅଶୋକ ପଟ୍ଟନାୟକ, ରଣଜିତ ସାହୁ, ରବୀନ୍ଦ୍ର ନାଥ ମହାପାତ୍ର, ନବକିଶୋର ଲେଙ୍କା, ଲଭରଜିତ ସାହୁ, ଅଭିଜିତ ପଣ୍ଡା ଓ ଲିପିକା ରଣା ଅଭିନୟ କରିଥିଲେ I ଉଭୟ ନାଟକ ଦର୍ଶକଙ୍କୁ ବିମୋହିତ କରିଥିଲା I
ନାଟକ ପ୍ରାରମ୍ଭରେ ପରିଷଦର ମୁଖ୍ୟ ସଂଯୋଜକ କ୍ଷୀରୋଦ ବିହାରୀ ସିଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ସଂଯୁକ୍ତା ନାଟ୍ୟ କେନ୍ଦ୍ର, ଘାଟସିଳା ର ମୁଖ୍ୟ ପୃଷ୍ଠପୋଷକ ଅନୁପ ଦତ୍ତ, ସମ୍ପାଦିକା ଜ୍ୟୋତି ମଲ୍ଲିକ, ନାଟ୍ୟକାର ଶେଖର ମଲ୍ଲିକ, ପୂର୍ବତନ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ କେ ସି ମହାନ୍ତି, ବେଙ୍ଗଲୀ ସିରିଏଲ ଓ ଚଳଚିତ୍ର ଅଭିନେତା ଇ. ସୁଶାନ୍ତ ସିଟ, ବାରିପଦା କଳାକାର ପରିବାର ର ସଭାପତି ସନ୍ତୋଷ ମହାନ୍ତି, ବରିଷ୍ଠ ଅଭିନେତା ନିର୍ଦ୍ଦେଶକ ଡଃ କୁମରମଣୀ ନାୟକ, ପ୍ରତିଷ୍ଠିତ ମଞ୍ଚ ଓ ଚଳଚ୍ଚିତ୍ର ଅଭିନେତା ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ କ୍ଷେତ୍ରମୋହନ ପଣ୍ଡା ପ୍ରମୁଖ ଉତ୍ସବର ସଫଳତା କାମନା କରିବା ସହ ଏହି ଉତ୍ସବରେ ମଞ୍ଚସ୍ଥ ହେଉଥିବା ନାଟକରେ ଯୁବ କଳାକାର ଓ ନିର୍ଦ୍ଦେଶକଙ୍କୁ ସୁଯୋଗ ଦେଇଥିବାରୁ ଆୟୋଜକଙ୍କୁ ପ୍ରଶଂସା କରିଥିଲେ I
ଏହି ଅବସରରେ  ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଡଃ କେ ସି ମହାନ୍ତି ଓ ଇ. ସୁଶାନ୍ତ ସିଟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ସୋମନାଥ ସିଂହ ଓ ଗୌରବ ସିଟ ମଞ୍ଚ ପରିଚାଳନା କରିଥିଲେ I ଚିନ୍ମୟ ଶେଜପଡା ଓ ନୟନିକା ମହାନ୍ତି ଓଡିଶୀ ନୃତ୍ୟ, ସରନ୍ୟା ସାହୁଙ୍କ ସଂଗୀତ ତଥା ନଂ – ୧ ଡ୍ୟାନ୍ସ ଏକାଡେମୀର ମିହିକା ନନ୍ଦ ଗୋସ୍ୱାମୀ ଙ୍କ ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା I