2222

ବାରିପଦା ଓକିଲ ସଂଘ ନିର୍ବାଚନ: ଜ୍ୟୋତି ପ୍ରକାଶ ରଥ-ସଭାପତି, ବିପ୍ଳବ ବାରିକ -ସମ୍ପାଦକ

ରାଜ୍ୟ

ବାରିପଦା : ଆଜି ବାରିପଦା ଓକିଲ ସଙ୍ଘ ର ନିର୍ବାଚନ ର ଫଳାଫଳ ଘୋଷିତ ହୋଇଯାଇଅଛି l ଘୋଷିତ ଫଳାଫଳ ଅନୁଯାୟୀ ସଭାପତି ଭାବେ ଜ୍ୟୋତି ପ୍ରକାଶ ରଥ ଏବଂ ସମ୍ପାଦକ ଭାବେ ବିପ୍ଳବ ବାରିକ ନିର୍ବାଚିତ ହୋଇଛନ୍ତି l ଜ୍ୟୋତି ପ୍ରକାଶ ରଥ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଙ୍କ ଠାରୁ 92 ଖଣ୍ଡ ଅଧିକ ଭୋଟ ପାଇ ବିଜୟଲାଭ କରିଥିବାବେଳେ ବିପ୍ଳବ ବାରିକ ତାଙ୍କର ନିକତମ ପ୍ରତିଦ୍ୱନ୍ଦୀ ଙ୍କ ଠାରୁ 178 ଖଣ୍ଡ ଅଧିକ ଭୋଟ ପାଇ ବିଜୟଲାଭ କରିଛନ୍ତି l

ସେହିପରି ଉପ ସଭାପତି ଭାବେ ସତ୍ୟବ୍ରତ ଦାସ , ଯୁଗ୍ମ ସମ୍ପାଦଜ ଭାବେ ସ୍ୱରୂପ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ( ଏଡମିନିଷ୍ଟ୍ରେଟିଭି ) ପଙ୍କଜ କୁମାର ମହାକୁଡ଼, ଯୁଗ୍ମ ସମ୍ପାଦକ ( ଲାଇବ୍ରେରୀ ) କୃଷ୍ଣଚନ୍ଦ୍ର ମହାନ୍ତି, କୋଷାଧକ୍ଷ ପଦ୍ମଲୋଚନ ମହାନ୍ତ ନିର୍ବାଚିତ ହୋଇଥିବାବେଳେ କାଉନସିଲ ମେମ୍ବର ଭାବେ ଦେବରାଜ ମିଶ୍ର  ଗୌତମ ଶଙ୍କର ରାୟ, ଗିରିଶ ଚନ୍ଦ୍ର ମହାପାତ୍ର, ସ୍ୱପ୍ନା ମହାନ୍ତି, ରୂପଶ୍ରୀ ବାରିକ, ମଧୁସ୍ମୃତି ସେଠି, ବୈଜୟନ୍ତୀ ବାସ୍କେ ଏବଂ ସୁସ୍ମିତା ଘୋସାଲ ନିର୍ବାଚିତ ହୋଇଛନ୍ତି l