ବାରିପଦା : ସ୍ଥାନୀୟ ରଘୁନାଥପୁର ନିକଟସ୍ଥ ହଦହଦି ଗ୍ରାମରେ ମୟୁରଭଞ୍ଜ ସେବା ସଂଗଠନର ନିଜସ୍ୱ ଗୃହ ପବିତ୍ର ରାମନବମୀ ଅବସରରେ ଉଦଘାଟିତ ହେବାସହ ୧ମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଅତିଥି ଭାବେ ଯୋଗଦେଇ ସମାଜସେବୀ ଡଃ ନିରୋଜ କୁମାର ପୋଥାଳ, ସୋମନାଥ ସିଂହ, ଚିତ୍ତରଞ୍ଜନ ସ୍ୱାଇଁ, ହିମାଂଶୁ ପ୍ରହରାଜ ସଂଗଠନର ନିଜସ୍ୱ ନୂତନ କାର୍ଯାଳୟର ଉଦଘାଟନ କରିଥିଲେ| ଏହି ଅବସରରେ ସଂଗଠନର ସଭାପତି ଚିନ୍ମୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ବୈଠକରେ ସମ୍ପାଦକ ଭରତ ଚନ୍ଦ୍ର ପାତ୍ର ଏକ ବର୍ଷଧରି ସଂଗଠନର କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ|
ବର୍ଷତମାମ ସଂଗଠନ ତରଫରୁ ପ୍ରତି ମଙ୍ଗଳବାର ବିଭିନ୍ନ ସ୍ଥାନରେ ଅନ୍ନବଣ୍ଟନ, ଖରାଦିନେ ପାନୀୟ ଜଳ ବଣ୍ଟନ କରିଯିବା ସହ ସଦସ୍ୟ ମାନେ ନିଜେ ରକ୍ତଦାନ କରିବା ସହ ରକ୍ତଦାନ ଶିବିରର ଆୟୋଜନ କରିଆସୁଛନ୍ତି ବୋଲି ପ୍ରକାଶ କରିଥିଲେ I ତତସହିତ ମୁଖ୍ୟ ପୃଷ୍ଠପୋଷକ ନିଜ ପ୍ରଚେଷ୍ଟାରେ ବହୁ ଗରିବ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି ବୋଲି ଜଣାଇଥିଲେ I ମୁଖ୍ୟ ପୃଷ୍ଠପୋଷକ ଗଗନ ଚନ୍ଦ୍ର ଦାସ ନିଜ ଗୃହକୁ ସଂଗଠନର କାର୍ଯ୍ୟାଳୟ ପାଇଁ ଦାନ କରିଥିବାରୁ ତାଙ୍କୁ ସଂଗଠନ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା I ଆଜିର ସମାଜରେ ସ୍ଥାନୀୟ ଅଂଚଳର ଯୁବଗୋଷ୍ଠୀ ନିଃସ୍ୱାର୍ଥପର ଭାବେ ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବୋଲି ଅତିଥିଗଣ ପ୍ରକାଶ କରିଥିଲେ|
ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ସନ୍ଦୀପ କୁମାର ନାଥ, କୋଷାଧ୍ୟକ୍ଷ ତନୁଜା ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ହରିଶ ଚନ୍ଦ୍ର ଲେଙ୍କା, ସାଂସ୍କୃତିକ ସମ୍ପାଦକ ରାମେଶ୍ୱର ସିଂ ଓ ଉପଦେଷ୍ଟା ଅରବିନ୍ଦ ମୁଖି ଉପସ୍ଥିତ ରହି ଆଗାମୀ ଦିନରେ ସଂଗଠନର ରୂପରେଖ ଉପରେ ନିଜର ସୁଚିନ୍ତିତ ମତାମତ ଦେଇଥିଲେ l
