Murder case

ନିଶାସକ୍ତ ଅବସ୍ଥାରେ ବାପର ଜୀବନ ନେଲା ପୁଅ

ରାଜ୍ୟ

ବାରିପଦା: ନିଶାଗ୍ରସ୍ତ ପୁଅ ନେଲା ବାପର ଜୀବନ l ଏହିଭଳି ଏକ ଦୁଃଖଦ ଘଟଣା ଆଜି ଦେଖିବାକୁ ମିଳିଅଛି ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଚିତ୍ରଡ଼ା ଫାଣ୍ଡି ଅଞ୍ଚଳର ହଳଦିପାଳ ପଞ୍ଚାୟତର ଲଦଡ଼ିହି ଗ୍ରାମରେ l ଗତକାଲି ରାତ୍ରୀରେ ଉକ୍ତ ଗ୍ରାମର ଗୋବିନ୍ଦ ମାରାଣ୍ଡି ଘରେ ଶୋଇଥିବା ସମୟରେ ତାଙ୍କ ପୁଅ ମଧୁ ମାରାଣ୍ଡି ଘରକୁ ନିଶାଗ୍ରସ୍ତ ଅବସ୍ଥାରେ ଆସି ବାପା କୁ ଚାରିଶହ ଟଙ୍କା ମାଗିଥିଲା l ବାପା ଗୋବିନ୍ଦ ମାରାଣ୍ଡି ଟଙ୍କା ନଦେବାରୁ ତାଙ୍କୁ ପିଚାଶ ପୁଅ ମଧୁ ଏକ ଠେଙ୍ଗାରେ ବଡେଇଥିଲା l ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା l ପରିବାର ଲୋକଙ୍କ କହିବା ଅନୁଯାୟୀ ମଧୁ ପ୍ରତ୍ୟେକ ଦିନ ଏହିଭଳି ନିଶାରେ ଘରକୁ ଆସି ଟଙ୍କା ପାଇଁ ଘରେ ଗଣ୍ଡୋଗୋଳ କରେ l ଯାହାକୁ ନେଇ ପରିବାର ଲୋକେ ସବୁବେଳେ ଅଶାନ୍ତି ରେ ଦିନ କାଟୁଛନ୍ତି l ଗତକାଲି ସିଏ ନିଜର ସମସ୍ତ ହିତାହିତ ଜ୍ଞାନ କୁ ଭୁଲିଯାଇ ବାପ କୁ ହତ୍ୟା କରିବାକୁ ବି ପଛାଇଲାନି l  ଆଜି ସକାଳୁ ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ମୃତକ ର ଶବ କୁ ଜବତ କରିବାସହ ଅଭିଯୁକ୍ତ ମଧୁ ମାରାଣ୍ଡି କୁ ଥାନରେ ଅଟକ ରଖି ଅଧିକ ତଦନ୍ତ ଜାରିରଖିଅଛି l ଏ ବାବଦରେ ମୋରଡ଼ା ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଅଛି l