ବାରିପଦା : ମୟୂରଭଞ୍ଜ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ଦ୍ବାରା ଆଜି କିଶୋରୀମାନଙ୍କ ପାଇଁ ଆନ୍ତଃଜିଲ୍ଲା ଏକ୍ସପୋଜର ପରିଦର୍ଶନ ଅନୁଷ୍ଠିତ ହୋଇଛି । ଏହା ଅତ୍ୟନ୍ତ ଉତ୍ସାହ ଏବଂ ଦଳଗତ ଭାବନା ସହିତ ସଫଳତାର ସହ ଆୟୋଜିତ ହୋଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତି ପତାକା ଦେଖାଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି ପରିଦର୍ଶନର ଏକ ଅଂଶ ଭାବରେ କିଶୋରୀମାନଙ୍କୁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନକୁ ନିଆଯାଇଥିଲା ।
ଏଥିରେ ଡାକଘର ବାରିପଦା, ବାରିପଦା ଟାଉନ ଥାନା , ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ବାରିପଦା ରେଳ ଷ୍ଟେସନ, ପୂର୍ଣ୍ଣଚନ୍ଦ୍ର ଆଇଟିଆଇ ବାରିପଦା ଏବଂ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ମୟୂରଭଞ୍ଜ ସମେତ ବିଭିନ୍ନ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନକୁ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ୨୦ ଜଣ କିଶୋରୀ ବାଳିକା ସାମିଲ ହୋଇ ଜ୍ଞାନ ଆରୋହଣ କରିଥିଲେ ।
