IMG 20260323 WA0297

କଳାବାଘ ଛାଲ ଜବତ: ୯ ଗିରଫ

ରାଜ୍ୟ

ବାରିପଦା : ଶିମିଳିପାଳ କୁ ବିପଦ l ସାରା ବିଶ୍ୱରେ ଚର୍ଚ୍ଚା ରେ ଥିବା ଶିମିଳିପାଳ ର କଳା ବାଘ ଉପରେ ଏବେ ଶିକାରୀଙ୍କ ଲୋଲୁପ ଦୃଷ୍ଟି l ବନବିଭାଗ ପକ୍ଷରୁ ଗୋଟିଏ ରୟାଲ ବେଙ୍ଗଲ ଟାଇଗର ର ଛାଲ କୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ନଅ ଜଣ ଙ୍କୁ ଗିରଫ କରିଅଛି l ଗିରିଫ ଅଭିଯୁକ୍ତ ସମସ୍ତେ ମୟୁରଭଞ୍ଜ ଜିଲ୍ଲାର କୁଳିଅଣା ସମେତ ବିଭିନ୍ନ ଅଞ୍ଚଳର ବୋଲି ବନବିଭାଗ ପକ୍ଷରୁ ପ୍ରକାଶ କରାଯାଇଅଛି l ମୃତକ ବାଘ ର ବୟସ ପାଖା ପାଖି ତିନି ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ଅନୁମାନ କରାଯାଇଅଛି lକୌଣସି ସୂତ୍ରରୁ ଖବର ପାଇ ଆରସିସିଏଫ ପ୍ରକାଶ ଗୁଗୁନେଇ ଙ୍କ ନିର୍ଦେଶ କ୍ରମେ ବନବିଭାଗର ଏକ ଟିମ କୁଳିଅଣା ଅଞ୍ଚଳରେ ଗତକାଲି ଚଢ଼ାଉ କରି ଏକ କଳା ବାଘଛାଲ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତ କୁ ଗିରଫ କରିଥିଲେ l ଏମାନଙ୍କୁ ଅଧିକ ଜେରା କରିବାପରେ ଅନ୍ୟ ସାତଜଣଙ୍କୁ ଗିରଫ କରିଛନ୍ତି l ତେବେ ଏହି ରାକେଟରେ ଆଉ କେତେଜଣ ସମ୍ପୃକ୍ତ ଅଛନ୍ତି ତାହାର ଆଉ ଅଧିକ ତଦନ୍ତ ପରେ ଜଣାପଡିବ ବୋଲି ଆରସିସିଏଫ ଶ୍ରୀ ଗୁଗୁନେଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l